ମାଁ ସୁରେଶ୍ୱରୀଙ୍କ ଆଜି ତାରା ବେଶ

0 62

ସୁବର୍ଣ୍ଣପୁର : ପବିତ୍ର ଆଶ୍ୱିନ ମାସର ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବାର ପରମ୍ପରା ମତେ ଆଜି ମାଁ ସୁରେଶ୍ୱରୀ ତାରା ବେଶରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଜିଲ୍ଲା ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି। ଏହି ଅନୁସାରେ କିଛି ନିର୍ଦ୍ଦିଷ୍ଟ ସେବାୟତ ଓ ପୂଜକଙ୍କ ଦ୍ୱାରା ବିଭିନ୍ନ ନିତିକାନ୍ତୀ ଅନୁଷ୍ଠିତ ହେଉଥିବା ବେଳେ ମାଁଙ୍କୁ ବେଶରେ ସଜ୍ଜିତ କରାଯାଇଛି। କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଉଥିବା ହେତୁ ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ମଧ୍ୟ ଶୃଙ୍ଖଳିତ ଭାବରେ ମାଁଙ୍କ ଦର୍ଶନ କରୁଥିବା ଦେଖାଯାଇଛି ।ସମସ୍ତ କାର୍ଯ୍ୟକ୍ରମକୁ ଦେବୋତ୍ତର କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ ଓ ମନ୍ଦିର ସେବାୟତ ହରି ପୂଝାରୀ, ଅଚ୍ୟୁତ ପୂଝାରୀ, ସମରେଶ ଥନାପତି, ଲକ୍ଷ୍ମୀ ନାରାୟଣ ଥନାପତି, ଶିବ ଥନାପତି, ଅଜିତ ପୂଝାରୀ, ସମରେଶ ଥନାପତି ପ୍ରମୁଖଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପନ ହେଉଛି।

hiranchal ad1
Leave A Reply

Your email address will not be published.

seventeen − ten =