ହୃତ୍‌ପିଣ୍ଡକୁ ଫିଟ୍ ରଖେ ସ୍ୱିମିଙ୍ଗ୍‌

0 78

ଯଦି ଆପଣଙ୍କୁ ସ୍ୱିମିଙ୍ଗ ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ । କାରଣ ଏହା ହୃତ୍‌ପିଣ୍ଡ ଫିଟ୍ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍ । ନିକଟରେ ଆମେରିକାର ହାଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦୟକୁ ସୁସ୍ଥ ରଖିବାକୁ ଏଭଳି ପ୍ରକାରର ବ୍ୟାୟାମ୍ ସବୁଠୁ ଲାଭଦାୟକ । ପ୍ରତିଦିନ ୩୦ ମିନିଟ୍ ପହଁରିବା ଦ୍ୱାରା ହାର୍ଟରୋଗର ଭୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ଏହା ରକ୍ତଚାପକ ହ୍ରାସ କରିବା ସହ ଶରୀରରେ ଭଲ କୋଲେଷ୍ଟୋରଲ୍ ମାତ୍ରା ବୃଦ୍ଧି କରିଥାଏ । ଅନ୍ୟ କୌଣସି ବ୍ୟାୟାମ୍ ତୁଳନାରେ ସ୍ୱିମିଙ୍ଗ୍ ଦ୍ୱାରା ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ଭଲଭାବେ କାମ କରିଥାଏ । ଶରୀର ହାଲ୍‌କା ଏବଂ ମସ୍ତିଷ୍କ ସକ୍ରିୟ ରହିଥାଏ । ଏହାଛଡ଼ା ଆର୍ଥ୍ରାଇଟ୍‌ସ ସମସ୍ୟା ଥିଲେ ତାହା ମଧ୍ୟ ଭଲ ହୋଇଯାଏ । ଗବେଷଣା ମୁତାବକ, ଗ୍ରାଉଣ୍ଡ୍ ପ୍ରାକ୍ଟିସ୍ ଜରିଆରେ ହାର୍ଟ ବିଟ୍ ବଢ଼ିଯାଏ, ଯାହା ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏହା ବିପରୀତ ସ୍ୱିମିଙ୍ଗ୍ ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାର କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଏବଂ ଦୃଦ୍‌ସ୍ପନ୍ଦନ ସାମାନ୍ୟ ରହିଥାଏ ।

hiranchal ad1
Leave A Reply

Your email address will not be published.

three × 1 =