କୋଭିଡ୍ କଟକଣାରେ ଚାଲିବ ବିଧାନସଭା, ୨୮ରୁ ୩୦ ତାରିଖ ବିଧାୟକଙ୍କ କୋଭିଡ୍ ଟେଷ୍ଟ

0 28

ଭୁବନେଶ୍ବର ୨୫।୧୧: କୋଭିଡ୍ କଟକଣା ଭିତରେ ଚାଲିବ ବିଧାନସଭା। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ। ବିଧାନସଭା ସଦସ୍ୟମାନେ ଗୃହରେ ବସିବ ସହ ବାଚସ୍ପତି ଗ୍ୟାଲେରୀ,ପବ୍ଲିକ ଗ୍ୟାଲେରୀ,ଲୋକସେବା ଭବନରୁ ଯୋଗ ଦେଇପାରିବେ। ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତି ସୂଚନା ଅନୁସାରେ ସମସ୍ତ ବିଧାୟକ, ବିଧାୟିକା,କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ। ୨୮,୨୯,୩୦ ତାରିଖ ଟେଷ୍ଟ କରାଯିବ। ଆଣ୍ଟିବାଡି ଓ କୋଭିଡ ଭିଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ସଚବ ଓ ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସବୁ ଦିନ ବିଶୋଧନ କରାଯିବ।ବିଧାନସଭା କେତେସମୟ ଚାଲିବ ସେ ନେଇ ୨୯ ତାରିଖ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ସଚିବ ଆରକେ ଶର୍ମା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବୈଠକ ପରେ କହିଛନ୍ତି ଯେ ପୂର୍ବ ଅଧିବେଶନ ଭଳି ଏଥର ଅଧିବେଶନ ଲାଗି କିପରି ଅଧିବେଶନ ଲାଗି କୋଭିଡ ଟେଷ୍ଟ ହେବ ସେନେଇ ଆଲୋଚନା ହୋଇଛି । ସବୁ ସଦସ୍ୟ , ସେମାନଙ୍କ କର୍ମଚାରୀ, ବିଧାନସଭା କର୍ମଚାରୀ, ଗଣମାଧମ ପ୍ରତିନିଧି, ସେମାନଙ୍କ ଆର ଟି ପିସିଆର ଟେଷ୍ଟ ହେବା ନେଇ ଆଲୋଚନା ହୋଇଛି । ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − three =