ବିଶ୍ଵ ମାନବାଧିକାର ଦିବସ ପାଳିତ

0 86

ଗଜପତି ୧୧।୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ଶାଖା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ପରିଷଦ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ତଥା ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପାଢ଼ୀ ଏବଂ ସମନ୍ୱୟ ସମ୍ପାଦକ ଶ୍ରୀ ଲାଭବାନ ରାଉଳ ପ୍ରମୁଖ ମଞ୍ଚ।ସିନ ଅତିଥି ଭାବେ ଯୋଗ ଦେଇ ମାନବାଧିକାର ଦିବସର ପାଳନ ଓ ତାପର୍ଯ୍ୟ ସମ୍ପର୍କରେ କହିଥିଲେ। ଅନ୍ୟପକ୍ଷରେ ଅତିଥିମାନେ ମାନବାଧିକାର କଣ ଏହାର ଗଠନ ପ୍ରଣାଳୀ, ମାନବାଧିକାର ବିଭିନ୍ନ ସମସ୍ୟା, ମାନବାଧିକାରର ପରିସର, ମାନବାଧିକାର ଉଲଂଘନ, କ୍ଷୁଣ୍ଣ ଓ ଏହାର ସୁରକ୍ଷା ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ସଚେତନତା ଓ ଜାଗରଣ ସୃଷ୍ଟି କରିବା ହେଉଛି ବିଶ୍ୱ ମାନବାଧିକାର ଦିବସର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ସଂଯୋଜକ ଶ୍ରୀ ପୋଲିସେଟ୍ଟୀ, ମୁକେଶ, ଯୋଗ ଦେଇ ମାନବାଧିକାର ସମ୍ପର୍କିତ ସଚେତନତା କବିତା ପାଠ କରିଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଜିଲ୍ଲା ଯୁବ ସମ୍ପାଦକ ଶ୍ରୀ ଗିରିଶ କୁମାର ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

hiranchal ad1
Leave A Reply

Your email address will not be published.

1 + eighteen =