ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସମ୍ବର୍ଦ୍ଧନା

0 325

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସ୍ଥାନୀୟ ବିଜେଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ସାହୁଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ବ୍ଲକ ସଭାପତି ଦାୟୀତ୍ୱ ଦେଇଥିବାରୁ ଅଞ୍ଚଳବାସୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି l . ପ୍ରମୋଦ କୁମାର ସାହୁ ତୁମୁଡିବନ୍ଧ ବ୍ଲକ ର ସବାଙ୍ଗିନ ଉନତି କରିବା ସହ ଅଧୁରା କାମ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶ୍ରୀ ସାହୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର , ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନlକାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକର ପଞ୍ଚାୟତ ସଭାପତିଙ୍କ ସମେତ ବହୁ ଯୁବବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ .l

hiranchal ad1
Leave A Reply

Your email address will not be published.

thirteen − 2 =