ଯାଦବଙ୍କ ବାସନ୍ଦ ଅବଧି ଶେଷ

0 52

ନୂଆଦିଲ୍ଲୀ : ଚାରି ବର୍ଷ ତଳେ ଏକ ପ୍ରତିଯୋଗିତାରେ ରେସଲର ନରସିଂହ ଯାଦବ ଓ ସୁଶୀଲ କୁମାରଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ସେତେବେଳେ ଯାଦବଙ୍କୁ ଚାରି ବର୍ଷ ବାସନ୍ଦ ଦଣ୍ଡ ଦିଆଯାଇଥିଲା । ଏବେ ତାହା ଶେଷ ହୋଇଛି । ଅର୍ଥାତ୍‌ ଆଗକୁ ସେ ପୁଣି ସକ୍ରିୟ ଭାବେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇପାରିବେ । ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ନାଡା ଦ୍ୱାରା ତାଙ୍କର ଡୋପିଂ ଟେଷ୍ଟ ହୋଇଥିଲା । ସେଥିରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେତେବେଳକୁ ସେ କ୍ୟାରିୟର ଆରମ୍ଭ ପର୍ଯ୍ୟାୟରେ ଥିଲେ । ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କର କ୍ୟାରିୟର ଧୂଳିସାତ୍‌ ହୋଇଗଲା ବୋଲି ସେ ଭାବି ନେଇଥିଲେ । ପଜିଟିଭ୍‌ ଟେଷ୍ଟ ପରେ ନାଡ୍ଡା ତାଙ୍କୁ ଚାରି ବର୍ଷ ବାସନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲା । ଯାହାଫଳରେ ସେ ଆଉ ଆଗକୁ ବଢ଼ିପାରି ନଥିଲେ । ସେତେବେଳେ ଦୁଇଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ୍‌ କୁମାରଙ୍କ ସହିତ ତାଙ୍କର ବିବାଦ ଦେଖାଦେଇଥିଲା । ସୁଶୀଲ୍‌ ଫାଉଲ୍‌ ଗେମ୍‌ ଖେଳୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − one =