ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଦିଲ୍ଲୀ ଚାମ୍ପିଅନ

0 517

ଦଶପଲ୍ଲା : ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନରେ ସର୍ବଭାରତୀୟ ଦଶପଲ୍ଲା କପ ଫୁଟବଲ ଫାଇନାଲ ପ୍ରତିଯୋଗିତାରେ ଆଜି ଶୋଧପୁର କ୍ଲବ,କୋଲକାତା, ୱେଷ୍ଟବେଙ୍ଗଲ ସହିତ ଦିଲ୍ଲୀ ଫୁଟବଲ୍‌ ଟିମ୍‌ର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ୧୫ ମିନିଟ ମଧ୍ୟରେ ଦିଲ୍ଲୀ ଦଳ କୋଲକାତା ଦଳକୁ ୨ ଟି ଗୋଲ୍‌ ଦେଇ ଆଗୁଆ ରହିଥିବାବେଳେ ଖେଳ ଶେଷ ସୁଦ୍ଧା ଦିଲ୍ଲୀ ଆଉ ଏକ ଗୋଲ୍‌ ଦେଇଥିଲେ । ଖେଳ ଶେଷ ସୁଦ୍ଧା କୋଲକାତା କୌଣସି ଗୋଲ୍‌ ପରିଷୋଧ କରିପାରିନ ଥିବାରୁ ଦିଲ୍ଲୀ ୩-୦ ରେ ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜୁନାଗଡ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଂକର ମିଶ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଖେଳକୁ ଅଧିକ ମନ ମତାଣିଆ କରିବା ପାଇଁ ସିନେ ତାରକା ସମ୍ବିତ୍‌ ଓ ପ୍ରୀୟା ଯୋଗ ଦେଇଥିଲେ । ଆଜିର ଖେଳକୁ ଉପଭୋଗ କରିବା ପାଇଁ ଦଶପଲ୍ଲାର ପୁରପଲ୍ଲୀରୁ ପ୍ରାୟ ୨୦ ହଜାର ଦର୍ଶକ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 − six =