ସପ୍ତାହକ ମଧ୍ୟରେ ପୁଣି ବଜ୍ରକାପ୍ତା ଉଦ୍ଧାର, ଜଣେ କୋର୍ଟ ଚାଲାଣ

0 56

ନନ୍ଦାହାଣ୍ଡି : ପୁଣି ନବରଙ୍ଗପୁରରେ ବଜ୍ରକାପ୍ତା ଉଦ୍ଧାର । ନବରଙ୍ଗପୁର ଜିଲ୍ଲାରେ ସପ୍ତାହକ ମଧ୍ୟରେ ଦୁଇଟି ବଜ୍ରକାପ୍ତା ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି । ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଛି ନବରଙ୍ଗପୁର ବନ ବିଭାଗ । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ମାଳିଗୁଡା ପଞ୍ଚାୟତ ଗ୍ରାମ ନିକଟରେ ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତାକୁ ବିକ୍ରି ପାଇଁ ମୁଲଚାଲ ଚାଲିଥିବା ବେଳେ ଖବର ପାଇ ନବରଙ୍ଗପୁର, କୋଡିଙ୍ଗା ଓ ରାଇଘର ବନ କର୍ମଚାରୀଙ୍କ ମିଳିତ ଏକ ସ୍ୱତନ୍ତ୍ର ଟିମ ପହଁଚି ମାଡି ବସିଥିଲା । ଏଥିରେ ସଂପୃକ୍ତ ବିସିଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅରୁଣ ମୁଦୁଲି ନାମକ ଜଣେ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଖବର ମିଳିଛି । ଏଥିପୂର୍ବରୁ ଗତ ୧୪ ତାରିଖ ଦିନ କୋଡ଼ିଙ୍ଗା ରେଞ୍ଜ ଅଂଚଳରେ ମଧ୍ୟ ଏଭଳି ଏକ ବଜ୍ରକାପ୍ତା ମୂଲଚାଲ ହେଉଥିବା ବେଳେ ଧରିଥିଲା ବନବିଭାଗ । ଆଜି ଉଦ୍ଧାର ହୋଇଥିବା ଏହି ବଜ୍ରକାପ୍ତା ଟି ପ୍ରାୟ ୧୦ କେଜି ଓଜନର ହୋଇଥିବାବେଳ ଏହାକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ଚାଲିଥିବା କହିଛନ୍ତି ବନଖଣ୍ଡ ଅଧିକାରୀ । ତେବେ ବାରମ୍ବାର ନବରଙ୍ଗପୁର ଜିଲ୍ଲାରେ ଏଭଳି ବଜ୍ରକାପ୍ତା ବ୍ୟାପାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ରୋକିବାକୁ ଚେଷ୍ଟା ଜାରି ରହିଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ଆଜିର ଏହି ଚଢାଉ ବେଳେ ନବରଙ୍ଗପୁର ବନ ସଂରକ୍ଷକ ଶ୍ରୀମତୀ ମନସୁନ ଖେମୁଣ୍ଡୁ, କୋଡିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ଗୋପିନାଥ ସାହୁ , ରାଇଘର ବନପାଳ ହରିହର ବ୍ରହ୍ମା, ରମେଶ ବିଷୋୟୀ, ଲାଲୁ ବିଷୋୟୀ, ଭବାନୀ ବିଷୋୟୀ, ଦୀପକ ପ୍ରଧାନ, ଉମାଶଙ୍କର ପାଣିଗ୍ରୀ ବନରକ୍ଷୀ ମାନେ ଏହି ଚଢାଉ ରେ ସାମିଲ୍‌ ଥିଲେ ।

hiranchal ad1
Leave A Reply

Your email address will not be published.

twenty − nine =