ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଅନୁରୋଧ କଲା ବଜରଙ୍ଗ ଦଳ

0 41

ବୌଦ୍ଧ,୨୦/୧:- ଶହ ଶହ ବର୍ଷର ପ୍ରତୀକ୍ଷା ପରେ ପ୍ରଭୁ ରାମଲାଲା ଅଯୋଧ୍ୟା ଆସିବେ ଓ ଭବ୍ୟ ଶ୍ରୀରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସମସ୍ତ ଭକ୍ତଙ୍କ ମନରେ ଉତ୍ସାହ ଆନନ୍ଦ ଖେଳିଯାଇଛି । ଏ ନେଇ ସାରା ଭାରତର ପ୍ରତ୍ୟେକ ମନ୍ଦିରକୁ ଓ ପ୍ରତ୍ୟେକ ପରିବାରକୁ ଅକ୍ଷତ, ଗୁଆ ଦେଇ ନିମନ୍ତ୍ରଣ ମଧ୍ୟ କରାଯାଇଛି । ପ୍ରତ୍ୟେକ ଗ୍ରାମରେ, ପ୍ରତ୍ୟେକ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି କରି ନାମସଂକୀର୍ତ୍ତନ୍ୟ ସହ ଗ୍ରାମ ପରିକ୍ରମା ମଧ୍ୟ ହୋଇଯାଇଛି । ଆସନ୍ତା ୨୨ ତାରିଖ ଦିନ ପ୍ରତ୍ୟେକ ଘରେ ଘରେ, ମନ୍ଦିର ମାନଙ୍କରେ, ପୁରପଲ୍ଲୀରେ ଅଖଣ୍ଡ ଦୀପ, ନାମ ଯଜ୍ଞ, ଅଖଣ୍ଡ ଘୃତ ଯଜ୍ଞ , କଳସ ସ୍ଥାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ଏବଂ ଏହି ଦିନ ସରକାରୀ ସ୍ତରରେ ମଧ୍ୟ ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଅଧା ଛୁଟି କରିବାକୁ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୨ ତାରିଖ ସୋମବାର ଦିନ ସହରରେ ଆମିଷ ଦୋକାନ, ମଦଦୋକାନ ବନ୍ଦ କରିବାକୁ ଓ ହୋଟେଲ ମାଲିକମାନଙ୍କୁ ନିରାମିଷ ଭୋଜନ ପ୍ରସ୍ତୁତ କରିବାପାଇଁ ବୌଦ୍ଧ ବଜରଙ୍ଗ ଦଳ ତରଫରୁ ନିବେଦନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭକ୍ତିମୟ ପରିବେଶ ସୃଷ୍ଟି କରିବାକୁ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦୃଷ୍ଟିଦେବାକୁ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ସଞ୍ଜିବ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏନଏସି ନିର୍ବାହୀ ଅଧିକାରୀ ଓ ବୌଦ୍ଧ ଆଦର୍ଶ ଥାନା ଅଧିକାରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସହ ସଂଯୋଜକ ଚକିତ ଭଞ୍ଜ, ହେମନ୍ତ ଚଂପତ୍ତି, ମିଥୁନ, ଆକାଶ ଓ ଅଭିଜିତ ପ୍ରମୁଖ ସାମିଲ ହୋଇଥିଲେ । ଏଥିସହିତ ବଜରଙ୍ଗ ଦଳ ତରଫରୁ ୨୨ ତାରିଖ ଅପରାହ୍ନ ୩ଟାରେ ଏକ ବିରାଟ ଭବ୍ୟ ଶୋଭାଯାତ୍ରା ମାତଙ୍ଗେଶ୍ୱର ମନ୍ଦିରରୁ ବାହାରି ସମସ୍ତ ଛକ ପରିକ୍ରମା କରି ଏନଏସି ଛକ ଠାରେ ଏକ ଭବ୍ୟ ସମାରୋହ କରାଯିବ । ଏଥିରେ ସମସ୍ତ ସହରବାସୀ ସାମିଲ ହେବାକୁ ବଜରଙ୍ଗ ଦଳ ତରଫରୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

8 + seventeen =