ପଡିଲା ମାଥ୍ୟୁସ୍‌ ଙ୍କ ଅଭିଶାପ! , ଆହତ ହେତୁ ବିଶ୍ବକପରୁ ବାଦ୍ ପଡିଲେ ଏହି କ୍ରିକେଟର

0 267

କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବଲ୍ ନ ଖେଳି ବି ଆଉଟ୍ ହୋଇଛନ୍ତି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ମାଥ୍ୟୁସ୍ । ଚଳତି ବିଶ୍ୱକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ଏଭଳି କିଛି ଦେଖିବାକୁ ମିଳିଥିଲା।
ଟାଇମ୍ ଆଉଟ୍ ହୋଇଥିଲେ ଆଞ୍ଜେଲୋ ମାଥ୍ୟୁସ୍ । ଏହା ପରେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଟାଇମ୍ ଆଉଟ୍ ହୋଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ଏପରିକି ଆପିଲ୍ କରିଥିବା ସାକିବ୍ ଏବଂ ବାଂଲାଦେଶ ପ୍ରତି ଆଉ ସମ୍ମାନ ରହିବ ନାହିଁ ବୋଲି କହିଛନ୍ତି ମାଥ୍ୟୁସ୍ ।ଏହା ସହ ମାଥ୍ୟୁସ୍ କହିଛନ୍ତି, ଯଦି ଏଭଳି ଭାବେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି ତେବେ ଏହା ଲଜ୍ଜାଜନକ । ଅନ୍ୟ କୌଣସି ଟିମ୍ ଏଭଳି ଲଜ୍ଜାଜନକ କାମ କରିନଥାନ୍ତେ । ସାକିବଙ୍କୁ ଅପିଲ ପ୍ରତ୍ୟାହାର କରିନେବାକୁ କହିଥିଲେ ମଧ୍ୟ ସେ ଏହାକୁ ଶୁଣିନଥିଲେ । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ସାକିବଙ୍କ ଉପରେ ବର୍ଷିଛନ୍ତି ୟୁଜର୍ସ । କେବଳ ଏତିକି ନୁହେଁ ମ୍ୟାଚ୍ ଉଭୟ ଟିମର ଖେଳାଳୀ ହାତ ମିଳାଇନଥିଲେ । ଯାହାକୁ ନେଇ ମାଥ୍ୟୁଜ୍ କହିଛନ୍ତି,ଯଦି କୌଣସି ଟିମ ଆମର ସମ୍ମାନ କରୁନାହିଁ ତେବେ ଆମେ ମଧ୍ୟ ସେମାନଙ୍କର ସମ୍ମାନ କରିବାର ଆବଶ୍ୟକତା ନାହିଁ । ଅନ୍ୟପଟେ ବାମ ହାତ ଇଣ୍ଡେକ୍ସ ଫିଙ୍ଗରରେ ଆଘାତ ହେତୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ ୨୦୨୩ ରୁ ବାଦ୍ ପଡିଛନ୍ତି । ଗତକାଲି ଦିଲ୍ଲୀରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ଶାକିବ ଆହତ ହୋଇଥିଲେ ।ଖେଳ ପରେ ଏକ୍ସ-ରେ ଆଙ୍ଗୁଠି ଫ୍ରାକଚର୍ ହୋଇଥିବା ଜଣାପଡ଼ିଛି । ସେ ୧୧ ନଭେମ୍ବରରେ ପୁଣେରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡିଛନ୍ତି । ଏହା ବିଶ୍ୱକପରେ ବାଂଲାଦେଶର ଶେଷ ମ୍ୟାଚ୍ । ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରିଡାପ୍ରେମୀ, ସୋସିଆଲ୍ ମିଡ଼ିଆ ୟୁଜର ଏବଂ ଶ୍ରୀଲଙ୍କା ଓ ମାଥ୍ୟୁସ୍ ଙ୍କ ସମର୍ଥକମାନେ ଏହା ତାଙ୍କ କର୍ମର ଫଳ ବୋଲି କହି ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି।

hiranchal ad1
Leave A Reply

Your email address will not be published.

seventeen + nine =