ରଶ୍ମିକାଙ୍କ ପରେ ଡିପଫେକ୍ ଭିଡିଓର ଶିକାର ହେଲେ ଆଉଜଣେ ବଲିଉଡ ଅଭିନେତ୍ରୀ

0 126

କ୍ୟାଟ୍ରିନାଙ୍କ ଅପକମିଂ ଫିଲ୍ମ ଟାଇଗର-ଥ୍ରୀର ଏକ ସିନକୁ ଡିପଫେକ୍ କରାଯାଇଥିବା ଅଭିଯୋଗ ହୋଇଛି । ଫିଲ୍ମରେ କ୍ୟାଟ୍ରିନା ପିନ୍ଧିଥିବା ପୋଷାକକୁ ଏଥିରେ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି ,କ୍ୟାଟ୍ରିନାଙ୍କ ଅପକମିଙ୍ଗ ସିନେମାରେ ସେ ଏକ ଟାଓ୍ବାଲ ପିନ୍ଧିଥିବାର ସିନ୍ ରହିଛି । ମାତ୍ର ଡିପଫେକ ଭିଡିଓରେ ତାଙ୍କୁ ଲୋ-କଟ୍‌ ହ୍ବାଇଟ ଟପରେ ଦେଖିବାକୁ ମିଳୁଛି । ନିଜର ଅରଜିନାଲ ଫଟୋକୁ କ୍ୟାଟ୍ରିନା ଚଳିତ ମାସ ୬ ତାରିଖରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । କ୍ୟାପସନରେ ଲେଖିଥିଲେ ଏହି ଫିଲ୍ମ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଛି । ଫଟୋ ସହିତ ସେ ଓ୍ବାର୍କ ଆଉଟ କରୁଥିବା କିଛି ଭିଡିଓ କ୍ଲିପ୍ସ ମଧ୍ୟ ପୋଷ୍ଟ କରିଥିଲେ । ଉଭୟ ରଶ୍ମିକା ଓ କ୍ୟାଟ୍ରିନାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ AIକୁ ନେଇ ବଢିଛି ଚିନ୍ତା ।
ଡିପଫେକ ଟେକ୍ନୋଲୋଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଲିଉଡରୁ ଉଠିଛି ସ୍ବର । ସେପଟେ ରଶ୍ମିକାଙ୍କ ସମର୍ଥନରେ ନାଗା ଚୈତନ୍ୟଙ୍କ ସମେତ ବହୁ ଦକ୍ଷିଣ ଭାରତୀୟ କଳାକାର ମଧ୍ୟ ସ୍ବର ଉଠାଇଛନ୍ତି । ବିଟିଶ-ଇଣ୍ଡିଆ ଯୁବତୀ ଜାରା ପଟେଲଙ୍କ ଭିଡିଓରେ ରଶ୍ମିକାଙ୍କ ଚେହେରା ମର୍ଜ କରି ପ୍ରସ୍ତୁତ ଡିପଫେକ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ପ୍ରତିବାଦ କରିଥିଲେ । ଏମିତିକି ଦେଶର ସୂଚନା ପ୍ରସାରଣ ମନ୍ତ୍ରୀ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ । ଏହି ଭିଡିଓକୁ ନେଇ ଆସିଛି ଜାରା ପଟେଲ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜାରା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଏଭଳି ଡିପଫେକ ଭିଡିଓକୁ ନେଇ ସେ ମର୍ମାହତ ଓ ଦୁଃଖିତ । ଏଭଳି ଘଟଣା ସାମ୍ନାକୁ ଆସିବାପରେ ମହିଳା ଓ ଯୁବତୀମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏଣିକି ମହିଳାମାନେ ସେସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିବାକୁ ଭୟ କରିବେ । ଇଣ୍ଟରନେଟରେ ସବୁକିଛି ସତ ନୁହେଁ । ଏଣୁ ଯାହା ଦେଖୁଛନ୍ତି ତାହା ସତ କି ମିଛ ତଦାରଖ କରିବା ଲାଗି ଥରେ ପଛକୁ ଫେରି ଫ୍ୟାକ୍ଟ ଚେକ କରିବାର ଆବଶ୍ୟକ ରହିଛି ବୋଲି ସାଇବର ଏକ୍ସପର୍ଟ ମାନେ ମତ ଦେଇଛନ୍ତି। ତେବେ ଏଥିପାଇଁ ଆଗକୁ ବଡ ସମସ୍ୟା ଦେଖାଯିବା ନେଇ ସମ୍ଭାବନା ରହିଥିବାରୁ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରେ ଦାବି ହେଉଛି।

hiranchal ad1
Leave A Reply

Your email address will not be published.

twenty − 5 =