ପୁଣି ଗଜପତି ଜିଲ୍ଲା ବିଜେପି ସଭାପତି ହେଲେ ପାରଳା ବିଧାୟକ ନାରାୟଣ ରାଓ

0 83

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପିର ଗଜପତି ଜିଲ୍ଲା ସଭାପତି ହୋଇଥିବା ସୂଚନା ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓଡିଶାର ୩୬ ଗୋଟି ସାଙ୍ଗଠାନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ଏଥି ଅନୁଯାଇ ପାରଳା ବିଧାୟକ କେ. ନାରାୟଣ ରାଓଙ୍କୁ ପୁନରାୟ ଗଜପତି ଜିଲ୍ଲା ବିଜେପି ସଭାପତି ଭାବେ ଘୋଷଣା କରାଯାଇଛି । ଏନେଇ ଗଜପତି ଜିଲ୍ଲା ବିଜେପି ଦଳ ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ପୁଣି ବିଜେପି ସଭାପତି ଘୋଷିତ ନାରାୟଣ ରାଓଙ୍କୁ ସ୍ୱାଗତ କରାଯାଇଛି । ରାଜ୍ୟ ବିଜେପି ସଭାପତି ପୁଣି ତାଙ୍କୁ ସଭାପତି ଦାୟିତ୍ୱ ଦେଇଥିବାରୁ ଗଜପତି ଜିଲ୍ଲାର ୨ ଗୋଟି ବିଧାନସଭା ଆସନ ପାରଳାଖେମୁଣ୍ଡି ଓ ମୋହନାରେ ବିଜେପିର ସାଙ୍ଗଠାନିକ ଦକ୍ଷତାକୁ ବୃଦ୍ଧି କରି ଉଭୟ ଆସନରେ ବିଜେପିର ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ କରିବି ବୋଲି ନାରାୟଣ ରାଓ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − two =