ମା ମାହେଶ୍ୱରୀ ସ୍ୱାଧୀନ ମେମୋରିଆଲ ଫୁଟବଲ୍‌ ପ୍ରତିଯୋଗିତା ୨୦୨୩ : ସୋନପୁର ବିଜୟୀ

0 46

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ୱରୀ କ୍ଲବ ବୁରକଟା ଆନୁକୁଲ୍ୟରେ ଚାଲିଥିବା ମା ମାହେଶ୍ୱରୀ ସ୍ୱାଧୀନ ମେମୋରିଆଲ ଫୁଟବଲ୍‌ ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ବୌଦ୍ଧ ଓ ସୋନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନପୁର ୨- ୦ ଗୋଲ ରେ ବିଜୟୀ ହୋଇ ଥିଲା । ଆଜିର ଖେଳକୁ ରେଫରି ପ୍ରହଲ୍ଲାଦ ଭୋକ୍ତା ପରିଚାଳନା କରିଥିଲେ । ତାଙ୍କୁ ଲାଇନରେ ଅମିତ ନାଏକ ଓ ଶ୍ରବଣ ବେହେରା ସହଯୋଗ କରିଥିଲେ । ଆଜି ଖେଳରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଅରୁଣ କୁମାର ବାଘ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବୌଦ୍ଧ ବ୍ଲକ ସରପଞ୍ଚ ସଂଘ ସଭାପତି ବିଦ୍ୟାଧର ସ୍ୱାଇଁ, ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ତେଲିବନ୍ଧ ପଞ୍ଚାୟତ ସରପଞ୍ଚ ରତ୍ନାକର ବେହେରା, ଖୁଣ୍ଟବନ୍ଧ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବିକ୍ରମ ମହାନନ୍ଦିଆ, ପୂର୍ବତନ ସରପଂଚ ଯୋଗେଶ୍ୱର ମହାକୁଳ, ତାଳସରଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସେଠୀ, ବୁରକଟା ଗ୍ରାମର ପୂର୍ବତନ ସଭାପତି ଦେବାର ବିଶି ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ବୁଧବାର ଆଇ ଆର ବି ବଲାସୀଙ୍ଗା ଓ ମନୁପାଲି ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଏହି ଫୁଟବଲ୍‌ ପ୍ରତିଯୋଗିତାରେ ମା ମାହେଶ୍ୱରୀ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × four =