Monthly Archives

November 2021

କ୍ରିକେଟ ଖେଳ ଛାଡି ମାଛ ଧରୁଛନ୍ତି ସାମି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କ୍ରିକେଟ୍‌ ଦଳର ୩୧ ବର୍ଷୀୟ ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ଆଜିକାଲି କ୍ରିକେଟ୍‌ ଖେଳ ଛାଡି ଛୁଟିଦିନର ମଜା ନେଉଛନ୍ତି । ଏହି ସମୟରେ, ସେ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର କିଛି ଚିତ୍ର ସେୟାର କରୁଛନ୍ତି । ଏହି ଅବସରରେ ସେ…
Read More...

ମେଘାଳୟ କଂଗ୍ରେସରେ ସଂକଟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ବିଧାୟକ ଟିଏମ୍‌ସି ହେଲେ ସାମିଲ !

ନୂଆଦିଲ୍ଲୀ : ୧୧ଜଣ କଂଗ୍ରେସ ବିଧାୟକଙ୍କ ସହ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଟିଏମସିରେ ଯୋଗ ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିଧାୟକମାନେ ଏ ବାବଦରେ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସାରିଛନ୍ତି । କଂଗ୍ରେସ ନେତାଙ୍କ ଏହି ଦଳବଦଳ ପରେ ତୃଣମୂଳ କଂଗ୍ରେସ ରାଜ୍ୟର ମୁଖ୍ୟ…
Read More...

ରାଜ୍ୟରେ କମୁଛି କରୋନା ଗ୍ରାଫ୍; ୨୪ ଘଣ୍ଟାରେ ୨ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର ୨୫।୧୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୧ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

କୋଟିଆ ସମସ୍ୟା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ସମସ୍ୟା ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତୁରନ୍ତ ଏହାର ସମାଧାନ ଲାଗି ଉଭୟ ରାଜ୍ୟ ସହମତି ପ୍ରକାଶ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୫ କରୋନା ପଜିଟିଭ୍, ୧୦୪୮୦୦୯ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର ୨୫।୧୧: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୯୭ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୩୮ଜଣ ସ୍ଥାନୀୟ…
Read More...

ନୟାଗଡ ଡିଏଫ୍‌ଓ ଭାବେ ଯୋଗ ଦେଲେ କ୍ଷମା ଷଡଙ୍ଗୀ

ଦଶପଲ୍ଲା :ନୟାଗଡ ବନଖଣ୍ଡକୁ ଆସିଲେ ନୂତନ ବନଖଣ୍ଡ ଅଧିକାରୀ । ଆଇଏଫଏସ୍‌ ଧନରାଜ ଏଚଡିଙ୍କ କେନ୍ଦୁଝର ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ନୟାଗଡ ବନଖଣ୍ଡର ଅତିରିକ୍ତ ଦାୟୀତ୍ୱ ନେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଡିଏଫଓ ମାନଙ୍କ…
Read More...

ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର, ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ପଡ଼ିଗାଁ ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ ।…
Read More...

କନ୍ଧମାଳ ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ଫୁଲବାଣୀ,୨୪/୧୧- କନ୍ଧମାଳ ବିଜୁଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତି କରାଯାଇଛି । ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଦ୍ୱାରା ଚୟନ କରାଯାଇଥିବା ବ୍ୟକ୍ତି ।ନଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ନେଇ ଆଜି କନ୍ଧମାଳ ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି…
Read More...

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର:ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା ରାଜ୍ୟ…
Read More...