ବୌଦ୍ଧ,୨୮/୧ – ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଲାଣ୍ଡିବନ୍ଧ ନିକଟ ଭରତ ଢାବା ପାଖରେ ଏକ ଜାଏଲୋ କାର୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଅଞ୍ଚଳର ଚାରି ଜଣ ବ୍ୟକ୍ତି ଏକ ଜାଏଲୋ କାର୍ ଓଡ଼ି 02 ଏ. ଆର. 7471 ଯୋଗେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳକୁ କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ l ସେମାନେ ନୟାଗଡ ଅଭିମୁଖେ ଫେରୁଥିବା ବେଳେ ଜାତୀୟ ରାଜପଥ ନମ୍ବର 57ର ଲାଣ୍ଡିବନ୍ଧ ନିକଟ ଭରତ ଢାବା ପାଖରେ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ସିମେଣ୍ଟ ପିଲରରେ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଥିଲା l ଫଳରେ କାରରେ ଯାତ୍ରା କରୁଥିବା 4 ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ | ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି l