ବୌଦ୍ଧ,୨୮/୧ – ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ବାହାରିଥିବା ଯୁବକ ମାନଙ୍କୁ ଆଜି ଜନ ଅଧିକାର ସୁରକ୍ଷା ମଞ୍ଚ ବୌଦ୍ଧ ପକ୍ଷରୁ ସ୍ବାଗତ କରାଯାଇଥିଲା l ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ଦଳିତ ଅଧିକାର ମଞ୍ଚ ସଭାପତି ଖଗେଶ୍ୱର ନାଗଙ୍କ ନେତୃତ୍ବରେ ସାଇକେଲ ଯୋଗେ ଆସିଥିବା କୃଷକ ମାନଙ୍କୁ ନ୍ୟୂ ଦେବାଶିଷ ହୋଟେଲ ଠାରେ ସ୍ବାଗତ କରାଯାଇ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା l ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା, ପେକ୍ସ କର୍ମଚାରୀ ମାନଙ୍କ ଦଲାଲ୍ ରାଜ୍ ବନ୍ଦ କରିବା, ମିଲର ମାନଙ୍କ ଶୋଷଣ ବନ୍ଦ କରିବା, 2500 ଟଂକା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା, ଚାଷୀଙ୍କ ଧାନ ମଣ୍ଡିରୁ ଶିଘ୍ର ଉଠାଇବା, ଅଣ ଜଳ ସେଚିତ ଜମିରୁ ଓ ଅଣ ଜଳ ସେଚିତ ଜମିରୁ ଅଲଗା ଅଲଗା ଶୈଳୀରେ ଧାନ ନ କିଣି ସମସ୍ତ ଅମଳ ଧାନ ମଣ୍ଡିରୁ କିଣିବା, କୃଷକ ସମ୍ମାନ ନିଧି ପାଇଁ ଚାଷୀ ତାଲିକା ପ୍ରସ୍ତୁତ କରିବା ଆଦି ଦାବିପତ୍ର ନେଇ ଦଳିତ ଅଧିକାର ମଞ୍ଚ ସାଇକେଲ ରାଲୀ କରିଥିବା ସୁଚନା ଦେଇଛନ୍ତି ବୌଦ୍ଧ ଜନ ଅଧିକାର ସୁରକ୍ଷା ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡା l ସ୍ବାଗତ କାର୍ଯ୍ୟକ୍ରମରେ ଜନ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ନରେଶ କୁମାର୍ ପ୍ରଧାନ, ସିଦ୍ଧେଶ୍ୱର ବେହେରା, ପ୍ରଦୀପ କୁମାର ବେହେରା, ପଂକଜ କୁମାର୍ କର୍ଣ୍ଣ, ପୌଲସ୍ତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ ସମରେଶ ମିଶ୍ର, ବେଣୁଧର ମେହେର, ପଂକଜ କୁମାର୍ ମେହେର, ସାରଙ୍ଗଧର ଭୋଇ, ଅର୍ଜୁନ ମହାନନ୍ଦିଆ, କନିଷ୍ଠ ରାଜହଂସ ଆଦି କର୍ମକର୍ତ୍ତା ମାନେ ଫୁଲ ମାଳ ଦେଇ ସାଇକେଲ ଯାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ |