ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବ କଂଗ୍ରେସର ବାଇକ ଶୋଭାଯାତ୍ରା

0 129

ଫୁଲବାଣୀ,୨୪/୨ : ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଫୁଲବାଣୀ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଯାଇଛି l ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ନିକଟରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ ଓ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଘନ କୁମାର ଶବର ନେତୃତ୍ୱରେ ଆଜି ସନ୍ଧ୍ୟା ୫ଟା ସମୟରେ ଏକ ଶୋଭା ଯାତ୍ରା ବାହାରି ଥିଲା ପ୍ରଥମେ ହନୁମାନ ମନ୍ଦିର ନିକଟ ଇଣ୍ଡିଆନ ଓ ଏ ଲ ପେଟ୍ରୋଲ ଟାଙ୍କି ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପୋଷ୍ଟେର କୁ ଯୁବ କଂଗ୍ରେସ କର୍ମୀମାନେ ପୋଷ୍ଟ ର ଚିରି ଥିଲେ ପରେ ଏଫ ସି ଆଇ ଛକ ନିକଟ ଇଣ୍ଡିଆନ ଓ ଏ ଲ ପେଟ୍ରୋଲ ପମ୍ପ ଠାରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଲାଗିଥିବା ପୋଷ୍ଟର ଚିରିଥିଲେ । ଏହା ପରେ ଶୋଭାଯାତ୍ରା ସହର ପରିକ୍ରମା କରି ବିଜେପି ସରକାର ଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ l ଏଥିରେ ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା ଙ୍କ ସହିତ ସୂର୍ଯ୍ୟ କାନ୍ତ ଦାସ, ସଂସାର ଭୋଇ, ଛାତ୍ର ନେତା ଅନୁପମ କହଁର, ଆଶିଷ କୁମାର ପ୍ରଧାନ, ବିଷ୍ଣୁ ଦିଗଲ, ସୁବ୍ରତ ବେହେରା, ବିକ୍ରମ ବେହେରା, କିଷାନ ବେହେରା, ପଞ୍ଚl ବେହେରା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ l

hiranchal ad1
Leave A Reply

Your email address will not be published.

three × 1 =