ଫେବ୍ରୁଆରୀ ୨୬ରେ ଭାରତ ବନ୍ଦ

0 1,048

ବୌଦ୍ଧ,୨୫/୨ – ଜି.ଏସ.ଟି. ସରଳୀକରଣ, ଇ. କମର୍ସ ଉଚ୍ଛେଦ ଓ ଖାଦ୍ୟ ନିରାପତ୍ତାମାନ ଆଇନ୍‌ରେ ଥିବା କଠୋର ଜୋରିମାନା ବ୍ୟବସ୍ଥା ସଂଶୋଧନ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତାକାଲି ଅର୍ଥାତ୍‌ ଫେବ୍ରୁଆରୀ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଏ ବନ୍ଦ ଡାକରାକୁ ଓଡିଶା ବ୍ୟବସାୟୀ ମହାସଂଘ ଓ ବୌଦ୍ଧ ବଣିକ ସଂଘ ସମର୍ଥନ କରୁଥିବାରୁ ଜିଲ୍ଲାରେ ବନ୍ଦର ପ୍ରଭାବ ପଡିବା ଆଶା କରାଯାଉଛି । ୨୬ ତାରିଖରେ ରାଜ୍ୟର ସମସ୍ତ ଦୋକାନ ବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ବନ୍ଦ ରଖି ଭାରତ ବନ୍ଦକୁ ସଫଳ କରାଇବା ପାଇଁ ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − 4 =