ମିକ୍ସଚର ମେସିନରେ ହାତକଟି ଅପରେଟର ଗୁରୁତର

0 1,530

ବୌଦ୍ଧ,୨୫/୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ପନଖିମାଲ ଠାରେ ଗତକାଲି ଗୃହନିର୍ମାଣ କାର୍ଯ୍ୟରେ ଲାଗିଥିବା ଗୋଟିଏ କଙ୍କ୍ରିଟ ମିକ୍ସଚର ମେସିନରେ ହାତଲାଗି କଟିଯିବାରୁ ମେସିନ୍‌ ଅପରେଟର ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ପନଖିମାଲ୍‌ ଗ୍ରାମ ନିକଟରେ ଥିବା ରାଇସମିଲ ଭିତରେ ନିର୍ମାଣକାର୍ଯ୍ୟ ରାହୁଳ ଶର୍ମା ନାମକ ଜଣେ ଠିକାଦାର କରାଉଛନ୍ତି । ଠିକାଦାରଙ୍କ ନିକଟରେ କାର୍ଯ୍ୟ କରୁଥିବା ବିନିକା ଥାନା କର୍ତ୍ତଙ୍ଗ ଗ୍ରାମର ରାଜକିଶୋର ନାଏକ (୪୫ ) ଗତକାଲି କଙ୍କ୍ରୀଟ୍‌ ମିକ୍ସଚର ମେସିନ ଚଳାଉଥିବାବେଳେ ଅସାବଧାନତା ବଶତଃ ଡାହାଣ ହାତଟି ମେସିନରେ ଲାଗି ଯାଇଥିଲା । ଫଳରେ ତାଙ୍କ ଡାହାଣ ହାତଟି କହୁଣୀରୁ କଟି ଯାଇଥିଲା । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ପନଖିମାଲ ଗ୍ରାମର ଗ୍ରାମରକ୍ଷୀ ପୂର୍ଣ୍ଣଚନ୍ଦ୍ର ବେହେରା ବୌଦ୍ଧ ଥାନାରେ ସୁଚନା ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 1 =