ରାସ୍ତା ପାର୍‌ ହେବାବେଳେ ଟ୍ରକ ଧକ୍କାରେ ଯୁବକ ଗୁରୁତର

0 1,831

ବୌଦ୍ଧ,୨୫/୨ – ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲଇଗାଁ ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ରାସ୍ତା ପାର ହେବା ବେଳେ ଜଣେ ଯୁବକଙ୍କୁ ଏକ ଅଜଣା ଟ୍ରକ ଧକ୍କା ଦେବା ଫଳରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଦଶପଲାର ଜଣେ ଯୁବକ ଧର୍ମେନ୍ଦ୍ର ନାୟକ (୧୮ ) ବୌଦ୍ଧରୁ ବସ୍‌ ଯୋଗେ ଯାଇ ଲଇଗାଁ ଛକ ନିକଟରେ ଓହ୍ଲାଇ ରାସ୍ତା ପାର ହେବା ସମୟରେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଖବରପାଇ ଚାରିଛକ ଦମକଳ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ପରେ ଟ୍ରକଟି ଫେରାର୍‌ ମାରିଥିଲା । ପୁରୁଣାକଟକ ପୋଲିସ ଦୁର୍ଘଟଣାର ତଦନ୍ତ କରୁଥିବା ବେଳେ ଗୁରୁତର ଯୁବକଙ୍କ ସ୍ଥିତିରେ ସୁଧାର ଆସୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

10 − 5 =