ଭାରସlମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଗୁରୁତର

0 3,338

ବୌଦ୍ଧ ,୨୪/୨- ଆଜି ଅପରାନ୍ହ ରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର ଦମାମୁଣ୍ଡା ନିକଟରେରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ 3 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ 41 ନମ୍ବର୍ ରାଜ୍ୟ ରlଜପଥର ଦମାମୁଣ୍ଡା ଗ୍ରାମ ନିକଟରେ ଥିବା ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଜାମୁ ଗଛରେ ଧକ୍କା ହୋଇଥିଲା l ବାଇକରେ ବସିଥିବା ଗୋଟିଏ ପରିବାରର ଜଣେ ଶିଶୁ ସମେତ ମୋଟ୍ 3ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ସୋନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମାନଙ୍କ ପରିଚୟ ମିଳିପାରି ନାହିଁ |

hiranchal ad1
Leave A Reply

Your email address will not be published.

2 + 20 =