ସ୍ବାଧିନତା ସଂଗ୍ରାମୀଙ୍କ ଫୋଟ ଓ ଟ୍ରଫି ସଂଗ୍ରହାଳୟକୁ ଦାନ

0 682

ବୌଦ୍ଧ,୨୪/୨ – ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ ଶଙ୍କର ପଟ୍ଟନାୟକଙ୍କ ଏକ ଫୋଟ ଓ ପାଇଥିବା ମୃତ୍ତିକା ଟ୍ରଫିକୁ ସଂଗ୍ରହାଳୟ ପାଇଁ ପରିବାର ସଦସ୍ୟ ଦାନ କରିଛନ୍ତି | ଆଜି ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ୍ ଶଂକର ପଟ୍ଟନାୟକଙ୍କ ବଡ଼ ପୁଅ ଭବତୋଷ ପଟ୍ଟନାୟକ ଉଭୟ ସାମଗ୍ରୀ ଅତିରିକ୍ତ ଜିଲ୍ଲାପାଳ ଏନସି ଯୋତି ରଞ୍ଜନ ନାଏକଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି | ସ୍ବର୍ଗତ ପ୍ରେମ ଶଂକର ପଟ୍ଟନାୟକ 1903 ମସିହାରେ ତତ୍କାଳିନ ବୌଦ୍ଧ ଗଡଜାତର ରାଜଧାନୀ ବର୍ତ୍ତମାନର ବୌଦ୍ଧ ସହରର ପୋଡାପଡାରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ପିତା ବୌଦ୍ଧ ରାଜା ନାରାୟଣ ପ୍ରସାଦ ଦେବଙ୍କ ଅଧିନରେ ଜଣେ ପୋଲିସ୍ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଛାତ୍ରାବସ୍ଥାରୁ ପ୍ରେମ ଶଂକର ପଟ୍ଟନାୟକ ସ୍ବାଧୀନ ଚେତା ଓ ରାଜତନ୍ତ୍ର ବିରୋଧି ଥିଲେ l ବିଭିନ୍ନ ଗଡ଼ଜାତରେ ଚାଲିଥିବା ପ୍ରଜା ମଣ୍ଡଳ ଆନ୍ଦୋଳନରେ ପ୍ରଭାବିତ ହୋଇ ସେ ମଧ୍ୟ ସେଥିରେ ସାମିଲ ହୋଇଥିଲେ | ଫଳରେ ରାଜ ଦ୍ରୋହ ଅପରାଧରେ ତାଙ୍କୁ ବୌଦ୍ଧ ରାଜ୍ୟରୁ ବିତାଡିତ କରା ଯାଇଥିଲା l ସେ ସମ୍ବଲପୁର ଯାଇ ଆଶ୍ରୟ ନେଇଥିଲେ ଓ ସେଠାରେ ପ୍ରଜା ମଣ୍ଡଳ କର୍ମୀ ଓ ସ୍ବାଧିନତା ସଂଗ୍ରାମୀଙ୍କ ସହ ସମ୍ପର୍କ ରଖି ରାଜତନ୍ତ୍ର ବିରୋଧରେ ସଂଗ୍ରାମ ଜାରି ରଖିଥିଲେ l ସ୍ବାଧିନତା ପରେ ଜଣେ ସ୍ବାଧିନତା ସଂଗ୍ରାମୀ ଭାବରେ ଭାରତ ସରକାର ତାଙ୍କୁ ତାମ୍ର ଫଳକ ସହ ମାସିକ ଭତ୍ତା ପ୍ରଦାନ କରିଥିଲେ | ବୌଦ୍ଧ ସହର ଶହୀଦ ଛକ ନିକଟ ତାଙ୍କ ବାସଭବନରେ 1995 ମସିହାରେ ଇହଲୀଳା ସମ୍ବରଣ କରିଥିଲେ |

hiranchal ad1
Leave A Reply

Your email address will not be published.

eighteen + 17 =