ଆରମ୍ଭ ହେଲା ବୃତ୍ତଙ୍ଗ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା

0 116

hiring

ଦଶପଲ୍ଲା ,୨୪/୨- ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବିରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ , ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ମନ୍ଦିରରୁ ଆରମ୍ଭ ହୋଇଛି ପଦଯାତ୍ରା । ଏହି ପଦଯାତ୍ରା ଦଶପଲ୍ଲା ରୁ କୋରଡା, ସୋରଡା,ନୂଆଗାଁ, ମହିପୁର ଦେଇ ଆସନ୍ତା ୨୬ ତାରିଖରେ ନୟାଗଡ଼ ପହଂଚି , ମହାମହିମ ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଜିଲ୍ଲାପାଳଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ । ପ୍ରକାଶ ଥାଉକି, ପୂର୍ବରୁ ବୃତ୍ତଂଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି , ପ୍ରକଳ୍ପ ର ଅଗ୍ରଗତି ପାଇଁ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ନୟାଗଡ଼ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ବୃତ୍ତଂଗ ଜଳସେଚନ ପ୍ରକଳ୍ପ କୁ ଶିଘ୍ର କାର୍ଯ୍ୟକାରୀ କରାଗଲେ ,ନୟାଗଡ଼ ଜିଲ୍ଲା ସମେତ, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ , ବେଗୁନିଆ ଅଂଚଳ ଜଳସେଚିତ ହୋଇପାରିବ ବୋଲି, କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।ତତ୍ ସହିତ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଗରିବ ଆଦିବାସୀ , ହରିଜନ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ କରିବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।

hiranchal ad1
Leave A Reply

Your email address will not be published.

13 − 6 =