ଆଖି ବୁଜିଲେ କିଡନି ଆକ୍ରାନ୍ତ ଯୁବକ

0 1,977

ବୌଦ୍ଧ,୨୩/୨-. ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଡନି ରୋଗ ମହାମାରୀର ଆତଙ୍କ ଖେଳାଇ ସାରିଛି l ଗତ ରବିବାର ସନ୍ଧ୍ୟାରେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ନାଏକ (39) କଟକ ବଡ଼ ଡାକ୍ତର ଖାନାରେ ଆଖି ବୁଜିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦେହ ଅସୁସ୍ଥ ଥିବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ | ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ସେ କିଡନି ଆକ୍ରାନ୍ତ ଥିବା ଜଣା ପଡିଥିଲା l ତାଙ୍କର ହୃଦ ରୋଗ ସମସ୍ୟା ଥିବା ନେଇ ମଧ୍ୟ ଚିନ୍ହଟ ହୋଇଥିଲା | ଗରୀବ ପରିବାର ହୋଇଥିବା ଦୃଷ୍ଟିରୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନେବାକୁ ଅର୍ଥ ପ୍ରତିବନ୍ଧକ ସାଜିଥିଲା l ନିରୁପାୟ ହୋଇ ଅନେକ ଦିନ ଘରେ ପଡି ରହିଥିବା ବେଳେ ଘର ଡିହ ବିକି ପରିବାର ଲୋକେ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ନେଇଥିଲେ | ଅପେକ୍ଷା କରିବା ପରେ ମଧ୍ୟ ୱାର୍ଡ ରେ ଭର୍ତ୍ତି ହୋଇ ନ ପାରିବାରୁ ଶେଷରେ ତାଙ୍କୁ କଟକ ଏସ.ସି.ବି. କୁ ନେଇଥିଲେ | ରବିବାର ସନ୍ଧ୍ୟାରେ ତାଙ୍କର ମ୍ରୁତ୍ୟୁ ହେବା ପରେ ଗତକାଲି ତାଂକ ମୃତଦେହ ଗାଆଁ କୁ ଅଣାଯାଇଥିଲା l ଘର ଡିହ ବିକି ଯାହା ଟଂକା ଯୋଗାଡ ହୋଇଥିଲା ଆମ୍ବୁଲାନସ୍ ଓ ଶବ ବାହକ ଗାଡି ଭଡାରେ ସରି ଯାଇଥିବା ବେଳେ ବର୍ତ୍ତମାନ ଶୁଦ୍ଧିକ୍ରିୟା କାମ ପରିବାର କିଭଳି କରିବେ ଚିନ୍ତାରେ ରହିଛନ୍ତି l ଜିଲ୍ଲା ପ୍ରଶାସନ ଗରୀବ, ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

18 − 2 =