ରାତି ଅଧରେ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର

0 2,649

ବୌଦ୍ଧ,୨୩/୨- ଗତକାଲି ରାତି ପ୍ରାୟ 11 ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଜନ୍ହାପଙ୍କ – ଖଲିଆପାଲି ରାସ୍ତାର ଖମାରିପଡା ଗାଁ ମୁଣ୍ଡ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ନଳକୂପ ଓ ଜଣକ ଘର ଭିତରକୁ ପଶି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି। ମିଳିଥିବା ସୁଚନା ଅନୁଯାୟୀ ଏକ ସିମେଣ୍ଟ ବୋଝେଇ ଟ୍ରକ ଡବ୍ଲୁ.ବି. ୩୭ଡି ୧୨୬୫ ବ୍ରାମ୍ହଣୀ ପାଲି ଗ୍ରାମରୁ ସିମେଣ୍ଟ ଅନଲୋଡ କରି ଖାଲି ଗାଡ଼ି ନେଇ ଡ୍ରାଇଭର ରାତି ୧୧ ଘଣ୍ଟା ସମୟରେ ଜହ୍ନlପଙ୍କ ଫେରୁଥିବା ଯାଉଥିବା ବେଳେ ଭାରସାମ୍ୟ ହରାଇ ଗ୍ରାମ ମୁଣ୍ଡରେ ଥିବା ଏକ ନଳକୂପକୁ ଧକ୍କା ଦେଇଥିଲା। ଏଥିରେ ନଳକୂପଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣା ପଡିଛି। ଏଥିରେ ଗ୍ରାମର ଛବିଳ ପାଣ୍ଡେଙ୍କ ଘର କାନ୍ଥରେ ଧକ୍କା ଦେବାରୁ ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣା ପଡିଛି। ଘରେ ଶୋଇ ଥିବା ପରିବାରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବଘିଆପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକକୁ ଅଟକ ରଖି ନଳକୂପ ଓ ଭାଙ୍ଗି ଥିବା କାନ୍ଥର କ୍ଷତିପୂରଣ ପ୍ରଦାନ ପାଇଁ ପରାମର୍ଶ ଦେଇଥିବା ସୁଚନା ମିଳିଛି l

hiranchal ad1
Leave A Reply

Your email address will not be published.

19 + eight =