ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି

0 613

ବୌଦ୍ଧ/ଜହ୍ନାପଙ୍କ,୧୨/୫- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାସ୍ତା ଅସମ୍ପୂର୍ଣ୍ଣ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ପାଉଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ବୌଦ୍ଧ ବ୍ଳକ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗ୍ରାମର କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ଅନୁଦାନ ଆସିଥିଲା । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ରାସ୍ତା ସମ୍ପୂର୍ଣ୍ଣ ହୋଇନଥିବାରୁ ଗ୍ରାମବାସୀ ଏହି ରାସ୍ତା ଦେଇ ଯିବାଆସିବା ବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ରାସ୍ତା ନିର୍ମାଣ ପାଇଁ କରାଯାଇଥିବା ସୂଚନା ଫଳକ ମଧ୍ୟ ଭାଙ୍ଗି ଯାଇଥିବାରୁ କେତେ ଟଙ୍କାର କାମ ଓ କେଉଁ ଅନୁଦାନରୁ ହେଉଛି ତାହା ଜଣାପଡୁନାହିଁ । ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

16 − 13 =