ସର୍ବାଧିକ କରୋନା ସଂକ୍ରମିତ ଶ୍ୟାମସୁନ୍ଦରପୁର ଗ୍ରାମରେ ରେଡକ୍ରସ ପକ୍ଷରୁ ସହାୟତା

0 560

ବୌଦ୍ଧ,୧୨/୫- ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ଯେଉଁଠି ୧୬୮ ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେହି ଗ୍ରାମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ଏକ ସଚେତନତା ଶିବିର ଆୟୋଜନ ସହ କରୋନା ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ବୌଦ୍ଧଜିଲ୍ଲା ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ଏକ ୪ଜଣିଆ ସ୍ୱେଚ୍ଛାସେବୀ ଦଳ ଶ୍ୟାମସୁନ୍ଦରପୁରରେ ପହଞ୍ଚି ସାହିସାହି ବୁଲି ସଚେତନ କରିବାସହ ରେଡକ୍ରସ ପକ୍ଷରୁ ସାନିଟେରୀ କିଟ୍‌, ମାସ୍କ ଓ ଲିଫଲେଟ ବଣ୍ଟନ କରିଥିଲେ । ସମସ୍ତ ବାସଗୃହ ପରିସରରେ ଜୀବାଣୁମୁକ୍ତ ପାଇଁ ବ୍ଲିଚିଂ ପାଉଡର ମିଶା ପାଣି ସିଞ୍ଚନ କରାଯାଇଥିଲା । ମାସ୍କ ପିନ୍ଧିବା ଜରୁରୀ, ବାହାରକୁ ଯାଇ ଫେରିଲେ ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବାନେଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେହିଗ୍ରାମର ସ୍ୱେଚ୍ଛାସେବୀ ମନୋଜ ଭୋକ୍ତା, ଆଶାକର୍ମୀ ପଦ୍ମିନୀ ସେଠୀ ସହଯୋଗ କରିଥିଲେ । ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ସୀତାଂଶୁ ଶତପଥୀ, ଆଦିତ୍ୟ ମେହେର, ପ୍ରମୋଦ କୁମାର ସାହୁ କରୋନା ମହାମାରୀକୁ ଭୟନକରି ରେଡକ୍ରସର ଆଦର୍ଶ ଅନୁସାରେ ସେହି ପୀଡିତ ମାନଙ୍କୁ ସହାୟତା କରିବାପାଇଁ ଆଗେଇ ଆସିଥିଲେ । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି ଅଧ୍ୟାପକ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + fifteen =