ଦୁଇଜଣ ଡାକ୍ତର କୋରନା ପଜିଟିଭ ପରେ ଚିନ୍ତାରେ ଅଞ୍ଚଳବାସୀ

0 1,797

ବୌଦ୍ଧ /ଜହ୍ନାପଙ୍କ,୧୨/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କୋରନା ତାର କାୟାବିସ୍ତାର କରି ଚାଲିଥିବାବେଳେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ବାରମ୍ବାର ଡ଼ାକବାଜି ଯନ୍ତ୍ର ସାହଯ୍ୟରେ ପ୍ରଚାର କରୁଥିବା ବେଳେ ଲୋକେ ମାସ୍କ ଓ ସାମାଜିକ ଦୂରତା ରଖୁନଥିବାରୁ ଏହା ସମସ୍ତଙ୍କୁ ବିପଦ ମୁହଁକୁ ଠେଲି ନଦେବ ତାହାକିଏ କହିବ । ବିବାହ ଭୋଜିରେ ୫୦ ଜଣଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲେ ମଧ୍ୟ ବିବାହ ଭୋଜିରେ ୫୦୦ରୁ ହଜାରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ନିକଟରେ ଏକ ବିବାହ ଭୋଜିରେ ଗହଳି ପାଇଁ ଆୟୋଜକଙ୍କୁ ୧୦ହଜାର ଟଙ୍କା ଜରିମାନା ହୋଇଥିଲେ ମଧ୍ୟ ଏହାକୁ କେହି ଖାତିର କରୁନାହାନ୍ତି । ପୁନଶ୍ଚ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କିଛିଦିନ ତଳେ ଜଣେ ଡାକ୍ତରଙ୍କ ପଜିଟିଭ ରିପୋର୍ଟ ଆସିଥିବା ବେଳେ ମଙ୍ଗଳବାର ଆଉ ଜଣେ ଏବଂ ବୁଧବାର ସିକ୍ୟୁରୀଟି ଗାର୍ଡକୁ ପଜିଟିଭ ବାହାରିବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ବଢିଯାଇଛି । ସୂଚନାଯୋଗ୍ୟ ଯେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଉପରେ ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ପଦ୍ମନପୁର, ମୁଣ୍ଡାପଡା, ବ୍ରାହ୍ମଣୀପାଲି,ତେଲିବନ୍ଧ ଓ ମୁଣ୍ଡିପଦର ଆଦି ପଞ୍ଚାୟତର ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଦୁଇ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀଙ୍କ ଯଦି କଣ୍ଟ୍ରାକ୍ଟଟ୍ରେସିଂ କରାନଯାଏ ତେବେ ଆଗକୁ ଗୋଷ୍ଠୀ ସଂକ୍ରମଣ କଥାକୁ ଏଡ଼ାଇ ଦିଆଯାଇନପାରେ । ଏବଂ ଡାକ୍ତର ଖାନାକୁ ଦୈନିକ ବିଶୋଧନ କରିବା ସହିତ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ମାସ୍କ ଓ ସାମାଜିକ ଦୂରତା ସହ ହାତଧୋଇବା ବାଧ୍ୟତାମୂଳକ କରିବା ଜରୁରୀ ହୋଇ ପଡ଼ିଛି । ତେଣୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ ସାପ୍ତାହିକ ବଜାର, ଦୈନିକ ବଜାର ଓ ବିବାହ ଉତ୍ସବରେ କଡ଼ା ଆଭିମୁଖ୍ୟ ଗ୍ରହଣ ନକଲେ ଆଗକୁ ଢିଲାମେଲାର ସୁଯୋଗ ନେଇ କୋରନ। ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଯଥେଷ୍ଟ ରହିଛି ।

hiranchal ad1
Leave A Reply

Your email address will not be published.

nineteen − 17 =