ମେଡିକାଲରେ ଗରମ ପାଣି ଯୋଗାଇବ ଯୁବ କୁଲତା ସମାଜ

0 129

ବଲାଙ୍ଗୀର,୧୨/୫- ବଲାଙ୍ଗୀର ଓ ପଡୋଶୀ ଜିଲ୍ଲା ଲୋକେ ଚିକିତ୍ସା ପାଇଁ ବିବିଏମସିଏଚ ଉପରେ ନିର୍ଭରଶୀଳ । ଏବେକାର ମହାମାରୀ ସମୟରେ ରୋଗୀ ଓ ସଂପର୍କୀୟ ସଂଖ୍ୟା ମଧ୍ୟ ବଢୁଛି । କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ଗରମ ପାଣି ଓ ଖରାଦିନରେ ସଂପର୍କୀୟ ଥଣ୍ଡା ପିଇବା ପାଣି ମାଗଣାରେ ଯୋଗାଇବା ପାଇଁ ମହାମାରୀ ସମୟରେ ମାନବ ସେବା ଉଦ୍ଦେଶ୍ୟରେ ଆଗେଇ ଆସିଛି ଯୁବ କୁଲତା ସମାଜ । ଆଜି ବିବିଏମସିଏଚ ପରିସରରେ ଅସୀମ ଭୋଇଙ୍କ ନେତୃତ୍ୱରେ ଉଦଘାଟନୀ କାର୍ଯ୍ୟାକ୍ରମରେ ଯୋଗଦେଇ ସିଡିଏମଓ ଡ ଭୀମ ସାହୁ ଯୁବବର୍ଗ ସମାଜ ସେବା ପାଇଁ ଆଗେଇ ଆସିବା ଶୁଭ ସୂଚନା ବୋଲି କହି ଯୁବ କୁଲତା ସମାଜର ମହାମାରୀ ଲଢେଇରେ ଯୋଗଦାନକୁ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

14 + six =