କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଏଡାଇବା ପାଇଁ ସଜାଗ ଅଗ୍ନିଶମ ବାହିନୀ

0 49

ଭୁବନେଶ୍ୱର,୧୨/୫- କୋଭିଡ ୧୯ର ମୁକାବିଲା ପାଇଁ ସାରାଦେଶରେ କୋଭିଡ ହସପିଟାଲସବୁ କାର୍ଯ୍ୟକ୍ଷମ କରାଯାଇ କୋଭିଡ ପୀଡିତଙ୍କ ଚିକିତ୍ସା କରାଯାଉଥିବାବେଳେ କେତେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଧନଜୀବନ ହାନି ଘଟୁଛି । ବର୍ତ୍ତମାନ ସାରା ରାଜ୍ୟରେ ୬୨ ଗୋଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଗୁଡିକରେ ଏହି ଦୁର୍ଘଟଣାକୁ ଏଡାଇବାପାଇଁ ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରାଥମିକ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଆବଶ୍ୟକୀୟ ଯନ୍ତ୍ରାଂଶ ସହ ମୁତୟନ କରାଯାଇଛି । ଏଥିନିମନ୍ତେ ୩୮୪ ଜଣ ଅଗ୍ନିଶମ କର୍ମଚାରୀ ୩ଟି ସିଫ୍ଟରେ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ ହୋଇଛନ୍ତି । ଏହି କର୍ମଚାରୀମାନେ କୌଣସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିରେ ତୁରନ୍ତ ନିର୍ବାପନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବରଦେବେ । ଆଜି ସହକାରୀ ଅଗ୍ନିଶମାଧିକାରୀ କଟକଙ୍କ ନେତୃତ୍ୱରେ ସଦଗୁରୁ ହସ୍ପିଟାଲ ଠାରେ ମକଡ୍ରିଲ କରାଯାଇ ଏହି କର୍ମଚାରୀମାନଙ୍କୁ ଅଗ୍ନି ନିର୍ବାପନ ଓ ଉଦ୍ଧାର କୌଶଳ ଶିକ୍ଷା ଦିଆଯାଇଛି । କରୋନାର ଭୟଙ୍କର ସ୍ଥିତି ବେଳେ ଆମ ରାଜ୍ୟ ଅଗ୍ନିଶମ ବାହିନୀ ସଜାଗ ହୋଇଛି । ୬୨ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଏଡାଇବା ପାଇଁ ୨୪ଘଣ୍ଟା ପଇଁତରା ଦେଉଛନ୍ତି । ୩୮୪ ଆଗ୍ନୀକ ଯାହା ଶୂନ୍ୟତମ ମୃତ୍ୟ ରୋକିବାକୁ ସମର୍ଥ ହେବ ଆଶା ।

hiranchal ad1
Leave A Reply

Your email address will not be published.

15 + three =