ଅବିଶ୍ରାନ୍ତ ବର୍ଷାରେ ସ୍ମାର୍ଟସିଟି ବେହାଲ
ଭୁବନେଶ୍ୱର,୨୩ ।୬ : ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରୁ ପ୍ରବଳ ବର୍ଷା ଲାଗି ରହିଛି । ଉପକୂଳରୁ ଉତ୍ତର ଓଦକ୍ଷିଣ ଓଡିଶାର ବିଭିନ୍ନ ସହର ବର୍ଷାରେ ଜଳ ଆଚ୍ଛନ୍ନ ହୋଇଥିବା ବେଳେ ସ୍ମାର୍ଟସିଟି ଭୁବନେଶ୍ୱର ଓ କଟକ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳ ଯେପରି ପଳାଶୁଣୀ, ରସୁଲଗଡ, ଏୟାରପୋର୍ଟ, ଭୀମଟାଙ୍ଗୀ ଆଦି ଅଂଚଳରେ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବିମାନବନ୍ଦର ଅଂଚଳରେ ୭୮ ମି.ମି., ପଟିଆ ୪୯.୫ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା ଦୁଇଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ରାଜଧାନୀର ଅବସ୍ଥା ଅଧିକ ସଙ୍ଗୀନ ହୋଇପଡିବ ବୋଲି ଆଶଙ୍କା କରାଯାଉଛି ।