ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ

0 204

ଦଶପଲ୍ଲା : ନୟାଗଡ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଏସଆଇଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣାରୁ ପ୍ରକାଶ ଯେ, ମଦ ଜବତ ହୋଇଥିବା ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଅବକାରୀ ଅଫିସକୁ ଯାଇଥିଲେ ଏବଂ ଜବତ ହୋଇଥିବା ମଦର ଫଟୋ ଉଠାଇବା ସମୟରେ ଏସଆଇ ଧନଞ୍ଜୟ ପାତ୍ର ସାମ୍ବାଦିକ ମାନଙ୍କୁ କାହିଁକି ଫଟୋ ଉଠାଉଛ କହି ଠେଲାପେଲା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ସମ୍ପର୍କରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହେବାପରେ ଏସଆଇ ଧନଞ୍ଜୟଙ୍କୁ ଥାନାକୁ ଅଣାଯାଇଥିଲା । କିନ୍ତୁ ଥାନା ପଛପଟେ ଛାଡି ଦିଆଗଲା । ଏସଆଇକୁ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧିମାନେ ରାତି ତମାମ ଧାରଣାରେ ବସିଛନ୍ତି । ଆଜି ସକାଳୁ ଜିଲ୍ଲାର ସମସ୍ତ ଡିଜିଟାଲ ମିଡିଆ, ପ୍ରିଣ୍ଟ ମିଡିଆ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଧାରଣାରେ ଯୋଗଦେବେ । ସୂଚନାଯୋଗ୍ୟ ରାଜ୍ୟରେ ଲଗାତାର ଭାବରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢି ଚାଲିଥିବା ସମୟରେ, ବିଭିନ୍ନ ସାମ୍ବାଦିକ ସଂଗଠନ ସମ୍ମାନ ସୁରକ୍ଷା ଏବଂ ଅଧିକାରର ଦାବି ଉଠାଉଛନ୍ତି । ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ଓଡିଶା ଡିଜିଟାଲ ମିଡ଼ିଆ ୟୁନିୟନ ଆନ୍ଦୋଳନକୁ ଦୃଢ ସମର୍ଥନ କରି ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଦାବି କରିଅଛି ।

hiranchal ad1
Leave A Reply

Your email address will not be published.

18 + 4 =