କଣ୍ଟାମାଳରେ ପୁଣି ଲୁଟେରା ଲୁଟିନେଲେ ଭାରତ ଫାଇନାନ୍ସର ୧ ଲକ୍ଷ ୨୦ ହଜାର ଟଙ୍କା : ୧୧ ବର୍ଷରେ ୧୧ ଥର ଲୁଟ୍‌ ହୋଇ ଲୁଟେରାଙ୍କ ହାତକୁ ଯାଇଛି ୮ଲକ୍ଷ ୨୬ ହଜାର ଟଙ୍କା

0 757

କଣ୍ଟାମାଳ,୩୦/୬- ଆଜି ଅପରାହ୍ନରେ ବୌଦ୍ଧଜିଲ୍ଲା କଣ୍ଟାମାଳ-ନାରାୟଣପ୍ରସାଦ ରାସ୍ତାର ତିଲକାମାଲ ଛକଠାରେ ୬ଜଣ ଲୁଟେରା ସଂଘବଦ୍ଧ ଆକ୍ରମଣ କରି ଭାରତ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରି ନେଇଥିବା ଜଣାଯାଇଛି । କମ୍ପାନୀର କାର୍ଯ୍ୟାଳୟ ଠାରୁ ମିଳିଥିବା ସୂଚନା ପ୍ରକାରେ ଫାଇନାନ୍ସର କର୍ମଚାରୀ ଅଜିତ କାଣ୍ଡ ବରଗାଁ ପଞ୍ଚାୟତର ଅଲିକୁଦ, ସୁର୍କାପଙ୍ଗା, କଣିସେମେଲ, ଲେନ୍ଦ୍ରୀମାଲ ଗ୍ରାମରୁ ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟ କରି କଣ୍ଟାମାଳ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଏହି ଲୁଟ ଘଟିଥିବା ପ୍ରକାଶ । ସେହିପରି ଲୁଟର ଶିକାର ହୋଇଥିବା କର୍ମଚାରୀଙ୍କ କହିବା ପ୍ରକାରେ ସେ ତାଙ୍କ ବାଇକ ନଂ ୩୧ ଇ ୩୪୫୩ରେ ଫେରୁଥିବା ବେଳେ ଦୁଇଟି ବାଇକରେ ୬ ଜଣ ଆସି ତାଙ୍କୁ ଆକ୍ରମଣ କରି ଡିକିରେ ଥିବା ଟଙ୍କା, ବାଇକ ଓ ମନିପର୍ସ ଲୁଟି ଘଟଣାସ୍ଥଳରୁ ଫେରାର ମାରିଥିଲେ । ଘଟଣା ସଂପର୍କରେ କଣ୍ଟାମାଳ ଥାନାରେ କଂପାନୀ କର୍ମଚାରୀ ଜଣକ ଏତଲା ଦେଇଥିବା ଜଣାଯାଇଛି ।ମିଳିଥିବା ସୂଚନା ପ୍ରକାରେ କେବଳ ଭାରତ ଫାଇନାନ୍ସର କଣ୍ଟାମାଳ କାର୍ଯ୍ୟାଳୟ ଗତ ୧୧ ବର୍ଷ ମଧ୍ୟରେ ୧୧ ଥର ଲୁଟର ଶିକାର ହୋଇଥିବା ବେଳେ ୨୦୧୦ ମସିହାରୁ ୨୦୨୧ ସୁଦ୍ଧା ମୋଟ ୮ ଲକ୍ଷ ୨୬ ଟଙ୍କା ଲୁଟ ହୋଇଥିବା ଜଣାଯାଇଛି । ଏଭଳି ବାରମ୍ବାର ଲୁଟକୁ ନେଇ ପୋଲିସ ମଧ୍ୟ ସନ୍ଦେହ ପ୍ରକାଶ କରିବା ସହ ଷ୍ଟାଫଙ୍କ ମୋବାଇଲ ଯାଞ୍ଚ କରି ପଦକ୍ଷେପ ର୍ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ହେଁ ଫାଇନାନ୍ସ କମ୍ପାନୀକୁ ଟଙ୍କା ଦେଣନେଣ ସମୟରେ ପୋଲିସକୁ ସୂଚନା ଦେଇ ଯିବାକୁ କୁହାଯାଉଥିଲେ ହେଁ ସେମାନେ ପୋଲିସ କଥାକୁ ଗୁରୁତ୍ୱ ଦେଉନଥିବା ନେଇ କଣ୍ଟାମାଳ ଆଇଆଇସି ଅଶ୍ୱିନୀକୁମାର ଭିତିରିଆ କହିଛନ୍ତି । ଏଭଳି ବାରମ୍ବାର ଲୁଟ ଘଟଣା ସଂପର୍କରେ ଆବଶ୍ୟକ ତଦନ୍ତର ମଧ୍ୟ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

three × 5 =