କଣ୍ଟାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0 703

କଣ୍ଟାମାଳ,୩୦/୬- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ ଆଜି ଚାକିରୀରୁ ଅବସର ଗ୍ରହଣ କରିଥିବା ଜଣାଯାଇଛି । ଏହି ଅବସରରେ ବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରୀ ଖଟୁଆଙ୍କୁ ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରି ବିଦାୟ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁମନ୍ତ ଖଟୁଆ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରଧାନ, ସୂର୍ଯ୍ୟକାନ୍ତ ସାହୁ, ଭାଗରଥୀ ପୋଢ, ଦେବାଶୀଷ ପ୍ରଧାନ, ବୀରଭଦ୍ର ମିଶ୍ର , ହେମବତୀ ବାଘ, ରେଣୁବାଲା ବେହେରା,ନୀଳିମା ରାଉତ, ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 − fifteen =