ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଓ

0 91

କେନ୍ଦୁଝର,୩୦/୬- ଆଜି ଆନନ୍ଦପୁର ବ୍ଳକ ଶିକ୍ଷା ଉପ ଶିକ୍ଷାଧିକାରୀ (ଏବିଓ ) ଶ୍ରୀ ଅଭିମନ୍ୟୁ ସାହୁ ଆନନ୍ଦପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ପଣସ ଡିହା ୟୁଜି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ରାମଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି । ଶ୍ରୀ ସାହୁ ସୋମନାଥ ରାମଙ୍କ ବିରୁଦ୍ଧରେ ଚାଲିଥିବା ବିଭାଗୀୟ ତଦନ୍ତକୁ ଶିଥିଳ କରିବାକୁ ଲାଞ୍ଚ ମାଗିଥିଲେ । ଶ୍ରୀ ସାହୁଙ୍କ ଆନନ୍ଦପୁର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ଦ୍ୱାରା ଖାନତଲାସ କରାଯାଇ ବାଲେଶ୍ୱର ଭିଜିଲାନସ ps case No-11Dt. 29/6/21 u/s (amdment) 7PC Act 2018 ଦ୍ୱାରା ପଞ୍ଜିକୃତ ହେବା ସହ ତଦନ୍ତ ଚାଲିଛି ।

hiranchal ad1
Leave A Reply

Your email address will not be published.

5 × 2 =