ଲକଡାଉନ ପ୍ରଭାବ : ଶ୍ରୀମନ୍ଦିର ହୁଣ୍ଡିରୁ ମିିଳିଲା ମାତ୍ର ଏତିକି ଟଙ୍କା

0 158

ପୁରୀପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବୁଧବାର ମାତ୍ର ୯୫୨ ଟଙ୍କା ଦାନ ମିଳିଛି । ଗତ ମଙ୍ଗଳବାର ଦିନ ଚଳିତ ବର୍ଷର ସର୍ବନିମ୍ନ ୨୩୦ଟଙ୍କା ଦାନ ରାଶି ମିଳିଥିଲା ।ଏହା ପୂର୍ବରୁ ମେ ୨୭ ରେ ୪୭୧ ଟଙ୍କା, ଏପି୍ରଲ ୨୭ ରେ ୧୫୩୦ ଟଙ୍କା ଆଦାୟ ହୋଇଥିଲା । ଏହି ଦୁଇ ତାରିଖରେ ସୁନା ଓ ରୂପା ଦାନ ଶୂନ ଥିଲା । ତା ପୂର୍ବରୁ ମାର୍ଚ୍ଚ ୨୭ରେ ହୁଣ୍ଡିରୁ ୪ ଲକ୍ଷ ୮୨ ହଜାର ୬୮୯ ଟଙ୍କା ଦାନ ବାହାରିଥିଲା । ଏହି ଦିନ ୪ ଦଶମିକ ୩୫୦ ମିଲିଗ୍ରାମ ସୁନା ଓ ୧୪୯ ଦଶମିକ ୫୦୦ ମିଲିଗ୍ରାମ ରୂପା ମିଳିଥିଲା । ଗତକାଲି ଚଳିତ ବର୍ଷ ସର୍ବନିମ୍ନ ହୁଣ୍ଡି ଆଦାୟ ରେକର୍ଡ କରାଯାଇଛି । ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ ବନ୍ଦ ମୁଖ୍ୟ କାରଣ ରହିଛି ।

hiring

ଶ୍ରୀମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ଦର୍ଶନରୁ ବଂଚିତ ହେବା ସହ ଶ୍ରୀମନ୍ଦିରର ଆୟ ବହୁ ପରିମାଣରେ ହ୍ରାସ ପାଇଛି  । ଯାହା ମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି  । ଅପରପକ୍ଷରେ ଶ୍ରୀମନ୍ଦିରରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆଗକୁ ରଥଯାତ୍ରା ଥିବାବେଳେ ବିନା ଭକ୍ତରେ ମହାପ୍ରଭୂଙ୍କ ରଥଯାତ୍ରା କରିବାକୁ ନିଷ୍ପତି ନିଆସରିଛି  । ରାଜ୍ୟରେ କେବଳ ପୁରୀରେ ହିଁ ରଥଯାତ୍ରାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି  ।

hiranchal ad1
Leave A Reply

Your email address will not be published.

four × three =