ଆରଏସ୍‌ଏସ୍‌ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୨୭ ୟୁନିଟ ରକ୍ତ ସଂଗୃହିତ

0 160

ଫୁଲବାଣୀ :ଫୁଲବାଣୀ ରକ୍ତ ଭାଣ୍ଡାରରେ ଫୁଲବାଣୀ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୂର କରିବାପାଇଁ ସାମାଜିକ ଦୂରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷ ଉଦ୍‌ଘାଟନ କରିଥିବାବେଳେ ସଂଘର ନଗର ସେବା ପ୍ରମୁଖ ଶଙ୍କର ବେହେରା ରକ୍ତଦାନ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶିବିରରେ ସଂଘର ଜିଲା କାର୍ଯ୍ୟବାହୀ ନିରଞ୍ଜନ ମିଶ୍ର,ମହାବିଦ୍ୟାଳୟ ଜିଲା ପ୍ରମୁଖ ନରେଶ କୁମାର ମହାନ୍ତି,ଜିଲା ସଂଘ ଚାଳକ ରମେଶ ସାହୁଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ରକ୍ତଭାଣ୍ଡାରର ଏଲଟି ଲକ୍ଷ୍ମୀଧର ମଣ୍ଡଳ,ଦିନକୃଷ୍ଣ ମହନ୍ତ,ତୁଷାର କାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ରାଜ୍ୟ ରେଡକ୍ରସର ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଟିମ ହ୍ୟୁମାନିଟିର ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି,ଆବାହକ ଭି.ଲୋକନାଥ ରାଜୁ ଓ ସଦସ୍ୟ ବିକାଶ ନାୟକ ଏବଂ ହିମାଂଶୁ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶିବିରରେ ପ୍ରଣବ ନାୟକ,ଶେଷଦେବ ସାହୁ,ସଞ୍ଜିତ ମଣ୍ଡଳ,ରମେଶଚନ୍ଦ୍ର ସାହୁ,ଶ୍ରୀମତୀ ନମିତା ବେହେରା,ଶ୍ରୀମତୀ ଦୀପିକା ଶତପଥି,ଶ୍ରୀମତୀ ଝିଲି ବେହେରା,ସୁଦର୍ଶନ ବାରିକ,ଶିବାଶିସ ପଣ୍ଡା,ଅମିୟ କୁମାର ଦାସ,ବିଶ୍ୱରଞ୍ଜନ ଦାସ,ଅଜୟ କୁମାର ଶତପଥି ଓ ସୁଶାନ୍ତ ପାତ୍ର ପ୍ରମୁଖ ସହାୟତା କରିଥିଲେ ଏହି ଶିବିରରେ ଲକଡାଉନ ଅବସରରେ ମଧ୍ୟ ୨୭ ଜଣ ପୁରୁଷ ଓ ମହିଳା ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ତେବେ ଆବଶ୍ୟକତା ବେଳେ ସଂଘ ତରଫରୁ ରକ୍ତଦାନ କରାଯିବ ଏବଂ କିଛି ଦିନ ଅନ୍ତରରେ ପୁଣି ଏକ ଶିବିରର ଆୟୋଜନ କରାଯିବ ବୋଲି ସେବା ପ୍ରମୁଖ ଶ୍ରୀ ବେହେରା କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × one =