କୋଲକାତା: ତ୍ରିପୁରାରେ ଆଗାମୀ ଦିନରେ ସରକାର କରିବ ତୃଣମୂଳ କଂଗ୍ରେସ । ଏନେଇ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗେସ ମୁଖ୍ୟ ମମତା ବାନାର୍ଜୀ । ମମତା ବାନାର୍ଜୀ କହିଛନ୍ତି କି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ୍ ସରକାର ଟିଏମ୍ସିରେ ଯୋଗ ଦେବାକୁ ପତ୍ର ଲେଖିଥିବା କହିଛନ୍ତି । ତେବେ ଆଗାମୀ ଦିନରେ ବେଙ୍ଗଲର ରଣନୀତି ତ୍ରିପୁରାରେ ଲାଗୁ ହେବ ବୋଲି କହିଛନ୍ତି ମମତା ବାନାର୍ଜୀ ।
ମମତା କହିଛନ୍ତି ଯେ ଜିତେନ ସରକାର ତାଙ୍କ ପତ୍ରରେ ସେ ଓ ତାଙ୍କ ସହ ଅନେକ ନେତା ଟିଏମସିରେ ଯୋଗଦେବାକୁ ଆଗ୍ରହୀ ଥିବା କହିଛନ୍ତି । ତେଣୁ ଜିତେନଙ୍କୁ ନେଇ ଟିଏମସି ଏବେ ମାନସମନ୍ଥନ କରୁଥିବା କହିଛନ୍ତି ମମତା ବାନାର୍ଜୀ । ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବା ଲାଗି ଟିଏମସି ପୁଣି ଥରେ ବେଙ୍ଗଲ ରଣନୀତି ଅବଲମ୍ବନ କରିବ। ଏଥିରୁ ଦଳକୁ ସଫଳତା ମିଳିବା ନିଶ୍ଚିତ ବୋଲି ମମତା ଦୃଢତାର ସହ କହିଛନ୍ତି। ଏଣୁ ବେଙ୍ଗଲ ପରେ ତ୍ରିପୁରା ଏବେ ତୃଣମୂଳର ପରବର୍ତ୍ତି ଟାର୍ଗେଟ୍ ବୋଲି ସ୍ପଷ୍ଟ କରିଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.