ଇନ୍ଦୋର: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ ଆଶୀର୍ବାଦଯାତ୍ରା ସମୟରେ ଇନ୍ଦୋରର ଏକ ପୋଲିସ୍ ଷ୍ଟେସନରେ ପଶୁମାନଙ୍କ ଉପରେ ନିର୍ଯାତନା ମାମଲା ରୁଜୁ ହୋଇଛି । ଜନ ଆଶିର୍ବାଦ ଯାତ୍ରା ସମୟରେ ବିଜେପି କର୍ମୀମାନେ ଘୋଡାକୁ ବିଜେପି ରଙ୍ଗରେ ରଙ୍ଗ କରିଥିଲେ । ଏହି ଘୋଡାଟି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଦେଖାଯାଇଥିଲା । କୁହାଯାଉଛି ଯେ ପୂର୍ବତନ ବିଜେପି କାଉନସିଲର ରାମଦାସ ଗର୍ଗ ଏହାକୁ ଆଣିଛନ୍ତି । ଘୋଡାକୁ ବିଜେପି ରଙ୍ଗରେ ରଙ୍ଗ ହୋଇଥିବା ଦେଖି ଅନେକ ଲୋକ ଏହା ନାପସନ୍ଦ କରିଛନ୍ତି ।
ଯାତ୍ରା ସମୟରେ ଘୋଡା ଲୋକଙ୍କର ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଘୋଡାର ପିଠି ପଦ୍ମ ଫୁଲ ତିଆରି କରାଯାଇଥିଲା ଏବଂ ଆଗ ଭାଗଟି କମଳା ରଙ୍ଗ ହୋଇଥିବାବେଳେ ଘୋଡାର ପଛ ପାଶ୍ୱର୍ରେ ସବୁଜ ରଙ୍ଗରେ ରଙ୍ଗାୟତ କରାଯାଇଥିଲା ।
ପିପୁଲ୍ସ ଫର ଆନିମଲ୍ସ ପକ୍ଷରୁ ଏହାକୁ ପ୍ରତିବାଦ କରାଯାଇଛି । ପିପୁଲ୍ ଫର ଆନିମଲ୍ସର ସ୍ଥାନୀୟ ପ୍ରତିନିଧୀମାନେ କହିଛନ୍ତି ଯେ ଏହା ପଶୁଙ୍କ ପ୍ରତି କ୍ରୁରତା ନିବାରଣ ଅଧିନିୟମ ୧୯୬୦କୁ ଉଲ୍ଲଂଘନ କରୁଛି । ଦୋଷୀଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି ବୋଲି ସେମାନେ କହିଛନ୍ତି । ଏହା ସହିତ ନିର୍ବାଚନ କମିଶନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଅଭିଯୋଗ କରାଯିବ ।
ଜନ ଆଶିର୍ବାଦ୍ ଯାତ୍ରା ସାରା ଦେଶରେ ବିଜେପି ଦ୍ୱାରା ଆୟୋଜିତ କରାଯାଉଛି । ଏହି ପରିଦର୍ଶନ ସମୟରେ ଅନେକ ସ୍ଥାନରେ କରୋନା ନିର୍ଦ୍ଦେଶାବଳୀ ଧଜ୍ଜିଆ ଉଡାଉଛନ୍ତି ବିଜେପି କର୍ମୀମାନେ । କୋଭିଡ ପ୍ରୋଟୋକଲ ଉଲ୍ଲଂଘନ କରି ମୁମ୍ବାଇର ଭିନ୍ନ ଭିନ୍ନ ପୋଲିସ ଷ୍ଟେସନରେ ୭ଜଣଙ୍କ ନାମରେ ଏଫଆଇଆର ଦାଖଲ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post