ଲକଡାଉନ ବେଳେ ପୁଲିସର ମାନବିକତା : କର୍କଟ ରୋଗୀଙ୍କ ପାଇଁ ବାଇକରେ ୪୦୩ କି.ମି ଯାଇ ଔଷଧ ଆଣିଲେ

0 154

ବାଙ୍ଗାଲୋର : ଲକଡାଉନ ଯୋଗୁଁ ଦେଶରେ ବର୍ତ୍ତମାନ କେତେକ କଟକଣା ଲାଗୁ କରାଯାଇଛି । ସେଗୁଡିକୁ କଡାକଡି ଭାବେ ପାଳନ ମଧ୍ୟ କରାଯାଉଛି । ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ଯାତ୍ରୀ ପରିବହନ ବନ୍ଦ ରହିଛି । ବ୍ୟକ୍ତିଗତ ଭାବେ ଗାଡି ଚଳାଇବା ଉପରେ ମଧ୍ୟ କଟକଣା ରହିଛି । ଏଭଳି ସ୍ଥିତିରେ ଜଣେ କର୍କଟ ରୋଗୀଙ୍କୁ ବାଙ୍ଗାଲୋରର ଜଣେ ପୁଲିସ କର୍ମଚାରୀ ଯେଭଳି ସାହାଯ୍ୟର ହାତ ବଢାଇଲେ ତାହା ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ଏହି ରୋଗୀ ଜଣକ ବର୍ତ୍ତମାନର କଟକଣା ଯୋଗୁଁ ଚିକିତ୍ସା ପାଇଁ ଯାଇପାରୁନଥିଲେ । ଏ ସଂପର୍କରେ ଜଣେ ପୁଲିସ କନେଷ୍ଟବଳ ଜାଣିବା ପରେ ନିଜ ବାଇକରେ ୪୦୩ କି.ମି ବାଟ ଯାଇ ଔଷଧ ଆଣିଥିଲେ । ପୁଲିସର ଏଭଳି ମାନବୀୟ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ପୁଲିସ ପ୍ରଶାସନ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । କଟକଣା ଲାଗୁ ହୋଇଥିବାରୁ ଲୋକମାନେ ଅତି ଆବଶ୍ୟକ ସାମଗ୍ରୀ କିଣିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ଅଂଚଳରେ ପୁଲିସ ଲୋକମାନଙ୍କୁ ମାଗଣାରେ ମାସ୍କ ମଧ୍ୟ ଯୋଗାଇ ଦେଉଛି ।

hiranchal ad1
Leave A Reply

Your email address will not be published.

8 + twenty =