ରାଇକିଆ ପୋଲିସ୍ ଓ ବଣିକ ସଂଘ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,୧୪୨ ୟୁନିଟ୍ ରକ୍ତ ସଂଗ୍ରହ

0 141

ରାଇକିଆ: ରାଇକିଆ ପୋଲିସ୍ ଓ ବଣିକ ସଂଘର ମିଳିତ ଉଦ୍ୟମରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି ।ମହାମାରୀ କରୋନାକୁ ନେଇ ସାରାଦେଶରେ ଏବେ ତାଲା ବନ୍ଦ । ସରକାରଙ୍କ ନିର୍ଦ୍ଦେଶକ୍ରମେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଚାଲିଛି ଯୋରଦାର୍ ପ୍ରୟାସ । ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟକୌଣସି ଦୋକାନ ଖୋଲୁନାହିଁ ।

hiring

ଅନ୍ୟପଟେ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ରକ୍ତର ସମସ୍ୟା । ଏଭଳି ପରିସ୍ଥିତିରେ ରାଇକିଆ ପିଲିସ୍ ଓ ବଣିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲକ୍ ଡାଉନ୍ ଯୋଗୁଁ ବର୍ତ୍ତମାନ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟର ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । କିଛି ମାତ୍ରାରେ ରକ୍ତାଭାବ ଦୁର କରିବାପାଇଁ ରାଇକିଆ ବଣିକ ସଂଘ ଓ ପୋଲିସ୍ ପକ୍ଷରୁ ଏହି ଉଦ୍ୟମ କରାଯାଉଛି । ସଂକ୍ରମଣ ଆଶଂକାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ଏଥିରେ ସମୁଦାୟ ୧୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉଦଘାଟନ କରିଥିବାବେଳେ ଜି .ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ , ରାଇକିଆ ଥାନା ଅଧିକାରୀଙ୍କ ସମେତ ବଣିକ ସଂଘର ସମସ୍ତ ସଦସ୍ୟ ଶିବିରରେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆବଶ୍ୟକସ୍ଥଳେ ପୁଣିଥରେ ଏଭଳି ଶିବିରର ଆୟୋଜନ କରାଯିବ ବୋଲି କହିଛନ୍ତି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଓ ବଣିକ ସଂଘ ସଭାପତି ।

hiranchal ad1
Leave A Reply

Your email address will not be published.

18 − three =