ଘର ବଦଳରେ ସ୍କୁଲରେ ବହି ବାଣ୍ଟିଲେ ଶିକ୍ଷୟିତ୍ରୀ

0 89

ଦାରିଙ୍ଗିବାଡ଼ି: କରୋନା ଭୁତାଣୁ ଯୋଗୁ ରାଜ୍ୟ ସରକାର ତରଫରୁ ସମସ୍ତ ସ୍କୁଲ ଗୁଡିକ ଆଗୁଆ ଛୁଟି ଘୋଷଣା କରିଛନ୍ତି l ଏଥିସହିତ ସାରା ରାଜ୍ୟରେ ଲକଡାଉନ୍‌ଜାରି କରାଯାଇଛି l ଲକଡାଉନ ଯୋଗୁଁ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରିମାନେ ଚଳିତ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ ପହଞ୍ଚାଇବା ପାଇଁ ରାଜ୍ୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଦେଶ ଦିଆଯାଇଛି l ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ଚିଠି ମାଧ୍ୟମରେ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା l ଏହି ନିର୍ଦେଶକୁ କନ୍ଧମାଳ ଜିଲ୍ଲାର ବିଦ୍ୟାଳୟ କର୍ତ୍ତୃପକ୍ଷ ପାଳନ କରି ଘରକୁ ଘର ଯାଇ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ବେଳେ ଆଉ କେତେକ ଏହାକୁ ଗୁରୁତର ଭାବରେ ଗ୍ରହଣ କରିନାହାନ୍ତି lଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା
ପଞ୍ଚାୟତ କେର୍କେବାଡ଼ି ଗ୍ରାମ ସେବାଶ୍ରମ ବିଦ୍ୟାଳୟରେ l ଏହାକୁ ନେଇ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି l ସୂଚନା ପ୍ରକାରେ କେର୍କେବାଡ଼ି ସେବାଶ୍ରମ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ୪୨ଜଣ ଛାତ୍ରଛାତ୍ରୀ ଙ୍କ ଘରେ ସେମାନଙ୍କ ବହି ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ପହଞ୍ଚାଇବା ବଦଳରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ କୁ ଡକାଇ ଏକଜୁଟ କରି ବିଦ୍ୟାଳୟରେ ବହି ବଣ୍ଟନ କରାଯାଇଥିଲା l ବିଦ୍ୟାଳୟ ଛୁଟି ଦିନଠାରୁ ପ୍ରଧାନ ଶିକ୍ଷକ ମାଧବ ଦିଗାଲ ଅନୁପସ୍ଥିତ ରହିଥିବା ବେଳେ ସରକାରଙ୍କ ନିର୍ଦେଶ କୁ ପାଳନ କରାଯାଉନାହିଁ ବୋଲି ବହି ବଣ୍ଟନ କରିବାକୁ ଆସିଥିବା ସହକାରୀ ଶିକ୍ଷୟିତ୍ରୀ ଚିରଶ୍ମିତା ବେହେରାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନାହାନ୍ତି l ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଙ୍କ ସହିତ ଯୋଗାଯୋଗ କରିବାରୁ ଛାତ୍ରଛାତ୍ରୀଙ୍କ ବହି ସେମାନଙ୍କ ଅଭିଭାବକ ମାନଙ୍କୁ ଦେବା ପାଇଁ ସେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଚିଠି ଦ୍ୱାରା ଅବଗତ କରିଛନ୍ତି ଏବଂ କୌଣସି ପରିସ୍ଥିତିରେ ଛାତ୍ର ଛାତ୍ରୀଙ୍କୁ ସ୍କୁଲ କୁ ଡାକି ବହି ଦେବାପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି କହିଛନ୍ତି ଏଥିସହିତ ବହି ବାଣ୍ଟିବା ସମୟରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ କୁ ପାଳନ କରିବେ ବୋଲି ନିର୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି l ଅନ୍ୟପକ୍ଷରେ ମିଳିଥିବା ସୂଚନା ପ୍ରକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକଡାଉନ ଯୋଗୁଁ ମହାରାଷ୍ଟ୍ର ରେ ଫସି ରହିଥିବା ସୂଚନା ମିଳିଥିବା ବେଳେ ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ନିକଟରେ କୌଣସି ସୂଚନା ନଥିବା ଜଣା ପଡ଼ିଛି l

hiranchal ad1
Leave A Reply

Your email address will not be published.

six + sixteen =