ରାଜ୍ୟରେ ପୁଣି ନୂଆ ୭ ପଜେଟିଭ୍ ଚିହ୍ନଟ : ୫ଜଣ ଭଦ୍ରକର ଓ ୨ଜଣ ବାଲେଶ୍ୱର

0 85

ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସମ୍ମତିକ୍ରମେ ଆଜିଠାରୁ ରାଜ୍ୟରେ କେତେକ ସ୍ଥାନରେ ଲକଡାଉନ ନିୟମକୁ ସାମାନ୍ୟ କୋହଳ କରି ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ପୁଣି ରାଜ୍ୟରେ ନୂଆ ୭ କରୋନା ରୋଗୀ ଚିହ୍ନଟ ହେବା ଭୟ ସଂଚାର କରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡଲରେ ଆଜି ଜାରି କରାଯାଇଥିବା ନୂଆ ୭ କରୋନା ପଜେଟିଭଙ୍କର ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ୫ଜଣ ଭଦ୍ରକର ହୋଇଥିବା ବେଳେ ୨ଜଣ ବାଲେଶ୍ୱର ଅଂଚଳ ବୋଲି ଜଣାପଡିଛି । ନୂଆ ପଜେଟିଭ ରୋଗୀଙ୍କର ଟ୍ରାଭେଲ ହିଷ୍ଟ୍ରି ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ନୂଆ ରୋଗୀଙ୍କୁ ମିଶାଇ ରାଜ୍ୟର ମୋଟ୍ ପଜେଟିଭ୍ ସଂଖ୍ୟା ୬୮ରେ ପହଞ୍ଚିଛି । ଏଥିରୁ ୪୩ଟି ସକ୍ରିୟ ରହିଛି ।

hiranchal ad1
Leave A Reply

Your email address will not be published.

four × 4 =