ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୩ ତମ ଜୟନ୍ତୀ ପାଳିତ

0 68

ଗଞ୍ଜାମ /ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡିଶାର ବରପୁତ୍ର, ତଥା ପ୍ରଧାନ ଶିକ୍ଷକ ଶ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୩ ତମ ଜୟନ୍ତୀ ଅବସରରେ ଆସ୍କାରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ଉଚ୍ଚ଼ବିଦ୍ୟାଳୟ ଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତି ଚାରଣ କରାଯାଇଥିଲା ।ଏଥି ସହିତ କିଛି ସମସ୍ୟା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ବିନାୟକ ଆଚାର୍ଯ୍ୟ ହେଉଛନ୍ତି ବିନାୟକ ଆଚାର୍ଯ୍ୟ ଉଚ୍ଚ଼ବିଦ୍ୟାଳୟର ଛାତ୍ର । ପ୍ରଧାନଶିକ୍ଷକ ଓ ତାଙ୍କରି ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ହିଁ ରହିଛି, କିନ୍ତୁ ଏହି ବିଦ୍ୟାଳୟ ଦକ୍ଷିଣ ଓଡିଶା ତଥା ସାରା ଓଡିଶାରେ ଗୌରବ ମଣ୍ଡିତ କରିଥିବା ବେଳେ, ବର୍ତ୍ତମାନ ଏହି ସ୍କୁଲର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ସ୍କୁଲ ରେ ନାହିଁ ଅନୁସଙ୍ଗିକ ସୁବିଧା, ତେଣୁ ବିଜେପି ଜିଲ୍ଲା ଉପସଭାପତି ରାମ ପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ସରକାରଙ୍କ ଠାରେ ଦାବି ରଖିଛନ୍ତି । ଏହି କାର୍ଯ୍ୟକ୍ରମର ନେତୃତ୍ୱ କିରଣ କୁମାର ସାହୁ ନେଇଥିବେଳେ, ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ମଧୁ ସୁଦନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ସମ୍ମାନନୀୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼. ମଧୁ ସୁଦନ ସାହୁ,ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉପଢୌକନ ଅର୍ପଣ କରିଥିଲେ । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଗଜେନ୍ଦ୍ର ଚୌଧୁରୀ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ବିନାୟକ ରଥ, ବିଜୟ ଗୋପାଳ, ସାଗର ମୁଖି, ସନ୍ତୋଷୀ ସାହୁ, ପିଣ୍ଟୁସାହୁ, ମନୋଜ ମହାରଣା, ପ୍ରଣବ ପଣ୍ଡା, ଅଜୟ ନାୟକ, ପପୁନ ଦାସ, ହିଦେଶ ସାହୁ, ଅର୍ଜୁନପଣ୍ଡା, ଶିବ ପାଣିଗ୍ରାହୀ, ରାଜା ପାଣିଗ୍ରାହୀ, ବ୍ରହ୍ମାନନ୍ଦ ସାହୁ, ଶିବପାତ୍ର, ଟୁଁଗୁରୁ ପାତ୍ର, ସୂର୍ଯ୍ୟ ଜେନା, ସୁମନ ବିଶାୟୀ, ରାକେଶ ସାବତ, ସୁଶାନ୍ତ ସାହୁ, ବସନ୍ତ ବେହେରା, ବିନୋଦ ସିଂ,ଲଷ୍ମୀ ମହାରଣା, ପିଙ୍କି ବେହେରା, ବାଙ୍କନିଧି ସେଠି, ମୁନା ସାହୁଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

9 − 4 =