ବାଇକ ସହିତ୨୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

0 180

ଦାରିଙ୍ଗବାଡି : ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଦାରିଙ୍ଗବାଡି ପୋଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କାଉଡ଼ିଆ ଅଂଚଳର ଅଜିତ ଦଳେଇ(୨୩) । ସୂଚନା ପ୍ରକାରେ ରବିବାର ଦିନ ଅଜିତ ଦଳେଇ ଏକ ହିରୋ ଏଚ ଏଫ ଡିଲକ୍ସ ବାଇକ ନମ୍ବର (ଓଡି ୦୭-ସି-୭୮୩୬ )ଯୋଗେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଂଚଳକୁ ଚୋରାଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଦାରିଙ୍ଗବାଡି ପୋଲିସ ଖବର ପାଇ ଥାନା ଅଧିକାରୀଙ୍କ ନେତୃତ୍ୱ କ୍ରମେ ସବ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଜେନା ଏଏସଆଇ ଅର୍ଜୁନ ଶବର ପୋଲିସ ଫୋର୍ସ ସହିତ ଶ୍ରାନିକେତାର ଆମ୍ବ ଖାଲିଆ ଘାଟିରେ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଓ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏନେଇ ପୋଲିସ ଥାନାରେ ମାମଲା ନଂ ୧୪୬/୨୧ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

10 + 6 =