୯୮ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ଯୋଗଦେଲେ

0 554

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତର ସରପଞ୍ଚଙ୍କ, ନାଏକ ସରପଞ୍ଚ, ୱ ।ଡମେମରଙ୍କ ସହ ୯୮ ଜଣ ଯୁବ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ରେ ଯୋଗଦାନ କରିଥିଲେ । ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଜେଡି ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଖପ୍ରାଖୋଲ ବ୍ଲକ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇ ଥିଲେ ।

hiring

ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଉତ୍ସାହିତ କରିଥିବା ସହ ବିଜେଡି ଦଳୀୟ ଶଙ୍ଖ ଚିହ୍ନ ରହିଥିବା ଚାଦର ଅପର୍ଣ ସହ ସ୍ୱାଗତ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି କଂଗ୍ରେସ ଦଳର କର୍ମୀ ମାନେ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରୁଥିବା ଯୋଗୁଁ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମସ୍ତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ଦଳର ପ୍ରାର୍ଥୀ ବିଜୟୀ ହୋଇ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀକୁ ଅକ୍ତିଆର କରିବା ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଚାଲିଛି । ମିଶ୍ରଣ ପର୍ବ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 − 4 =