ଡକ୍ଟର ନରସିଂହ ପ୍ରସାଦଙ୍କୁ ଆନ୍ତର୍ଜାତୀୟ ପାରଂପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର

0 62

ପାରମ୍ପାରିକ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ତାଙ୍କର ଦକ୍ଷତା ପାଇଁ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । ଏଫ୍‌ଟିସିସିଆଇ ବିଲ୍ଡିଂରେ କେଏଲ୍‌ଏନ ପ୍ରସାଦ ଅଡିଟୋରିୟମରେ ଏଚ୍‌ଏମ୍‌ଆର୍‌ଏଫ୍‌,ତେଲେଙ୍ଗାନା ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଡ. ଚରତିଙ୍କୁ ମାନବିକତା କାର୍ଯ୍ୟରେ ଉତ୍କର୍ଷତା ପାଇଁ ୨୯ ଅଗଷ୍ଟ ୨୦୨୧ରେ କ୍ରୀଡାମନ୍ତ୍ରୀ ତଥା ଅନ୍ୟ ପ୍ରତିଷ୍ଠିତ ଡାକ୍ତରଙ୍କ ଉପସ୍ଥିତିରେ ହାଇଦ୍ରାବାଦଠାରେ ଭାରତର ପୁଷ୍ଟିକର ବିଶେଷଜ୍ଞ ଡ. ବିଶ୍ୱରୂପ ରାୟ ଚୌଧୁରୀ ଏବଂ ନୋବେଲ ଶାନ୍ତି ପୁରସ୍କାରଧାରୀ, ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡକ୍ଟର ମଧୁ କୃଷ୍ଣ , ମାନବିକତା ଦିବସ ଅବସରରେ ଏହି ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ପ୍ରଫେସର ଡ. ଦୀପକ ରାଉତ ।
ସେ ପରିଶେଷରେ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି କହିଛନ୍ତି । ସେ ନିଜ ବାପାଙ୍କ ପ୍ରେରଣାରୁ ଏହି କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ଅଶେଷ କୃତଜ୍ଞତା ମଧ୍ୟ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 + 2 =