ଶ୍ରୀମନ୍ଦିରରେ ନନ୍ଦଉତ୍ସବ ଓ ବିଜୁଳିକନ୍ୟା ନୀତି

0 61

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ନୀତି । ଏଥି ସହିତ ଆରମ୍ଭ ହୋଇଛି ଶ୍ରୀକୃଷ୍ଣ ଲୀଳା । ଦ୍ୱିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି । ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯାଇଥିଲା । ଦୋଳିରେ ଝୁଲୁଥିବା ରାମକୃଷ୍ଣ ଓ ମଦନମୋହନ ଖଟରେ ବିଜେ ହୋଇ ଥିଲେ ।
ତିନିର୍ବିଗ୍ରହଙ୍କୁ ମାର୍ଜଣା, ମାଳଫୁଲ ଲାଗି ଓ ବେଶ କରାଯାଇ ଥିଲା । ପରେ ପାଲିଙ୍କିରେ ଠାକୁର ଲକ୍ଷ୍ମୀମନ୍ଦିର ଜଗମୋହନକୁ ବିଜେ କରିଥିଲେ । ଭିତରଚ୍ଛ ମହାପାତ୍ରେ ନନ୍ଦ ମହାରାଜାଙ୍କ ଭୂମିକା ନେଇଥିଲେ । ସେଠାରେ ନନ୍ଦୋତ୍ସବ ନୀତି ହୋଇଥିଲା । ଭଣ୍ଡାରଘରୁ ଦୁର୍ଗାଦେବୀ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ପାଇ ବିଜେ ହେବାରେ ବିଜୁଳି କନ୍ୟା ନୀତି ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ସମ୍ପାଦିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

12 + thirteen =