ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ, ଏମିତି କାହିଁକି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜାଣନ୍ତୁ

0 242

ଭୁବନେଶ୍ୱର:ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାକୁ ଦେଖିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପିଲାଙ୍କୁ ସଂକ୍ରମଣରୁ ରୋକିବା ପାଇଁ କେବଳ ସର୍ଭିଲାନ୍ସକୁ କଡାକଡି କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି । କେଉଁଠି କୋଭିଡ କଟକଣାକୁ ହାଲୁକା ଭାବେ ନିଆଯାଉଛି ତାକୁ ବି ଜଗିବାକୁ ପଡିବ । ସ୍କୁଲଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଯଦି କାହା ପାଖରେ ଲକ୍ଷଣ ଥାଏ ତେବେ ସେମାନେ ସ୍କୁଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଇସିୟୁରେ ଶୂନ୍ ଦଶମିକ ୨ପ୍ରତିଶତ ପିଲା ଥିବା ବେଳେ ଭେଂଟିଲେଟରରେ କୌଣସି ପିଲା ନାହାନ୍ତି । ହସପିଟାଲାଇଜେସନ ରେଟରୁ ଜଣାପଡୁଛି ଅଧିକାଂଶ ପିଲା ସାମାନ୍ୟ ସଂକ୍ରମିତ । ଏବଂ ଆର ଭାଲ୍ୟୁ ଭୁବନେଶ୍ୱର, କଟକରେ ୧ ରହିଥିବା ବେଳେ ଉପକୂଳ ଜିଲ୍ଲା ଗୁଡିକରେ ଆର ଭାଲ୍ୟୁ ଶୂନ୍ ଦଶମିକ ୯ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

hiring

ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି । ଯଦି କେଉଁଠି ଏଭଳି ସ୍କୁଲ ଖୋଲୁଥିବା ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

11 − three =