ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

0 447

ନୂଆଦିଲ୍ଲୀ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ରମନ୍ତ୍ରୀ ବିଜୟ ରୂପାନୀ । ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବା ନିଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜୟ ରୂପାନୀ । ଗତ ୫ ବର୍ଷ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି ବିଜୟ ରୂପାନୀ । ୨୦୧୭ ଠାରୁ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ବିଜୟ ରୂପାନୀ । ଆଜି ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଅନ୍ୟପଟେ ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ନିଜ ପଦ ଛାଡିଛନ୍ତି ରୂପାନୀ । ୨୦୨୨ରେ ଗୁଜୁରାଟ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ବିଜେପି ପକ୍ଷରୁ ଇଏ ଏକ ସ୍ୱତନ୍ତ୍ର ରଣନୀତି ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି । ଅନ୍ୟପଟେ ଇସ୍ତଫା ଦେବା ପରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ ଜାରି ରଖିବେ ବୋଲି ବିଜୟ ରୂପାନୀ କହିଛନ୍ତି । ଏହାସହିତ ଆଗକୁ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ନିଷ୍ଠାର ସହ ନିର୍ବାହ କରିବେ ବୋଲି ମତ ରଖିଛନ୍ତି । ତେବେ ବିଜୟ ରୂପାନୀଙ୍କ ପରେ କିଏ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଦଳ ନିଷ୍ପତି ନେବ ବୋଲି ବିଜୟ ରୂପାନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିବା ବେଳେ ଆଗକୁ ଗୁଜୁରାଟର ନେତୃତ୍ୱ କାହା ହାତକୁ ଯିବ ତାହା ଉପରେ ସମସ୍ତଙ୍କ ନଜର ।

hiranchal ad1
Leave A Reply

Your email address will not be published.

fourteen + 14 =